Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sangram Moharana

Abstract Action

3  

Sangram Moharana

Abstract Action

ଫଗୁଣ ଆଗମନେ ସନ୍ଧ୍ଯା

ଫଗୁଣ ଆଗମନେ ସନ୍ଧ୍ଯା

1 min
209



ଫଗୁଣ ଆଗମନେ ସନ୍ଧ୍ଯା ର ଇର୍ଷା

   ଶାନ୍ତ ପରିବେଶ କୁହେ ଅଶାନ୍ତ ର ଭାଷା

ମନ ମତାନ୍ତର ଧୂଳି ଘୁର୍ଣ୍ଣିଝଡ 

    ଢାଳେ ଆଜି ପୁଣି ଲୁହ ର ବର୍ଷା ।


ବୁନ୍ଦା ବୁନ୍ଦା ଜଳ ସ୍ପର୍ଶ କରି କୁହେ

    ଅତୀତ କାହାଣୀ ରାଜରାସ୍ତା ରେ ବହେ

ସାରା ଦେହ ଥିଲା ଓଦା ଜୁଡୁବୁଡୁ

    ଚକ୍ଷୁ ସାଗର ଶୁଷ୍କ ମରୁଭୂମି ରୁହେ ।


କଥା ଦେଇ ଯାଇ ଫେରିଲା ଫଗୁଣ

      ହେଲେ ପ୍ରେମ ପ୍ରତିଜ୍ଞା ଯେ ଭାଙ୍ଗିଛି ରାଣ

କେମିତି କହିବ ସ୍ୱପ୍ନ ପାଲଟିଛି ଅଗ୍ନିପିଣ୍ଡୁଳା

        ସୁନିଶ୍ଚିତ ଯୁଦ୍ଧ ପାଇଁ କରିଛି ପଣ ।


ଘମାଘୋଟ ବର୍ଷା କୁ ଝଡ ତୋଫାନ

    ଘଡଘଡି ଶବ୍ଦ ରେ କମ୍ପମାନ ଗଗନ

ମନ ରେ ବାନ୍ଧୁଥାଏ ଶବ୍ଦ ମେଞ୍ଚା ମେଞ୍ଚା

   ଶବ୍ଦ ଆଙ୍କୁଥାଏ ପ୍ରତି ମୁହୂର୍ତ୍ତ ର ଚିହ୍ନ।


ନା ଥିଲା ଡର ଘୂର୍ଣ୍ଣିଝଡକୁ  

     ନା ଥିଲା ଡର ବତାସ ବିଜୁଳି କୁ

ଜନ୍ମ ନଉ ଥିଲା ନୁଆ ନୁଆ ପୃଷ୍ଠା

   ଆଉ ମୁଁ ପଢୁଥିଲି ସଂପର୍କ ର ଇତିହାସ କୁ ।



Rate this content
Log in

Similar oriya poem from Abstract