STORYMIRROR

Sangram Moharana

Abstract Classics Others

4  

Sangram Moharana

Abstract Classics Others

ତୁମେ ନୁହଁ ତୁମ ସ୍ମୃତି

ତୁମେ ନୁହଁ ତୁମ ସ୍ମୃତି

1 min
216

ତୁମକୁ ଭାବିଲେ

ହଁ 

ତୁମକୁ ଭାବିଲେ ଲେଖି ହୁଏ 

ମନରେ କାଳ୍ପନିକ କାହାଣୀ

ନିଦ ନ ଥାଇ ସେ ବଗିଚା ରେ 

ସ୍ୱପ୍ନ ସବୁ ହେଇଯାଏ ବୁଣି

ନା ନିଜ ଇଚ୍ଛା ରେ ଫୁଟିବାକୁ ଦେଲ

ନା ନିଜ ଇଚ୍ଛା ରେ ମଉଳିବାକୁ ଦେଲ

କେଡେ ନିଷ୍ଠାର ସହ ହାତ କୁ ହାତ ଛନ୍ଦି ତୁମେ ବାଟ କାଢୁଥିଲ

ହେଲେ କେଡେ ନିଷ୍ଠୁର ଭାବେ ସେ ହାତକୁ ଛିଞ୍ଚାଡ଼ି ଚାଲିଗଲ

ସତେଜ ଗୋଲାପ ମଉଳିଯିବ ବୋଲି 

କାଗଜରେ ଫୁଲ ଟିଏ ଆଙ୍କି ଦେଇଥିଲି

ଉତ୍ସାହିତ ହୋଇ ତୁମେ ତା ପାଇଁ

କାଚ ର ବୋତଲ ରେ ଘରଟିଏ ଗଢିଥିଲ

ଶୋଷ ରେ ତଣ୍ଟି ଶୁଖିଲା ବେଳେ 

ପାଣି ମୁନ୍ଦାଏ ମାଗିଲି ଯେ

ସପିଂ ମଲ ରୁ କିଣା ବୋତଲ ଧରେଇଦେଲ

ସେ ବୋତଲ ର ସ୍ମୃତି ରେ 

ସାରା ଜୀବନ ପାଇଁ ଶୋଷକୁ ମାରିଦେଲ

ଅନେକ ଅପେକ୍ଷା ର ଶେଷ ପରେ ବି ତୁମେ ନ ଥିଲ

ହଠାତ୍ ସେ ଟ୍ରେନ ଶବ୍ଦ ଶୁଣି 

ତୁମ ଅଜାଣତେ 

ପାହଚ ଉପରେ ଦଉଡି ଗଲାବେଳେ

ଭାରସାମ୍ୟ ହରେଇ ପଡିଗଲି  

ଆଉ ନିଜ କୁ ଉତ୍ତର ଦାୟୀ ନକରି

ତୁମ ପାଖେ ପହଞ୍ଚିଲା ପରେ

 ତୁମେ ବ୍ୟାଗଟିକୁ ଧରେଇ ଦେଲ

ରକ୍ତ ଆଢୁଆଳ ରେ ସ୍ମିତ ହସି 

ତୁମ ପାଦ ସହ ପାଦ ମିଶେଇଲେ ବେଳେ

ଯନ୍ତ୍ରଣା ରେ ଛଟପଟ ହଉଥିବା କଷ୍ଟ ଟା

କେଜାଣି କାହିଁକି ସହିଯାଉଥିଲି

କାହିଁକି ନା କାଠଗଡା ର ଆସାମୀ କୁ

 ତୁମେ ମୁକୁଳେଇଥିଲ

ମନ ରେ ଦ୍ୱନ୍ଦ ବି ରଖିଥିଲ

ହେଲେ ବଦଳିବାର ଅଭିପ୍ରାୟ ରେ 

ସବୁ କିଛି ଭୁଲି ଯାଇଥିଲ

ଆଜି ଅନେକ ବର୍ଷ ପରେ ତୁମେ ଦେଖାଦେଲ

ସତରେ ନୁହେଁ କି କଳ୍ପନା ରେ ନୁହେଁ

ଗଢିଥିବା କାଚ ଘର ର 

ସେ ଫୁଲ ପାଖୁଡା ରେ ଲୁଚି ଲୁଚି ଆସିଥିଲ

ଇତିହାସ ର ସେଇ ଗୋଟିଏ ପୃଷ୍ଠା କୁ ଟାଣିନେଇ ଥିଲ

ଆଉ ଫେରିଲା ବେଳେ 

ଚିହ୍ନା ରାସ୍ତା ରେ ବାଟ ବଣା ହେଇ

ସବୁ ସ୍ମୃତି କୁ ପାଶୋରି ଗଲ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract