Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

କାଦମ୍ବରୀ ମହାଖୁଡ଼

Drama Action Classics

4.5  

କାଦମ୍ବରୀ ମହାଖୁଡ଼

Drama Action Classics

“ ଦେହ “ ( କାଦମ୍ବରୀ ମହାଖୁଡ଼ )

“ ଦେହ “ ( କାଦମ୍ବରୀ ମହାଖୁଡ଼ )

1 min
223




 


ପଞ୍ଚଭୂତରେ ହୁଏ ଲୀନ

ସମୟକୁ କରି ସମର୍ପଣ

ବୃଦ୍ଧ ହେଉ ଅବା ଯୌବନ

ଦେହ ସର୍ବଦା ସମର୍ପିତ ଜୀବନ.......


ମୋ ଶବ୍ଦର ଅହଂକାରରେ

ଦେହ ରକ୍ତ ମାଂସ ଜୀବନ୍ତ 

ନଥାଏ ବୟସର ପରିଧି

 ଅବା ଜୀବନ ବସନ୍ତ ||


କଷାୟବସ୍ତ୍ରଧାରୀ ଜନ୍ମେ

କଷାୟବସ୍ତ୍ରଧାରୀ ପରିତ୍ରାଣେ ଯାଏ

କେଇଟା ଶୌକ କପଡ଼ାରେ

ଶରୀରଟା ଢାଙ୍କିଥାଏ ||


ମୋହମୟ ଏ ସଂସାରେ

ଶୂନ୍ୟ ଦେହ ଛାଡିଯାଏ ନଥାଏ ଆତ୍ମା

ନଥାଏ ଦେହରେ ବାସ୍ନା

ରହିଯାଏ ଖାଲି ସ୍ମୁତିର ଜ୍ୟୋସ୍ନା ......


ଦେହ ବିନା ମନ ଅଧୁରା ସ୍ଥାନ

ଦେହା ବିନା ସଂସାର ସୃଷ୍ଟିହୀନ

ଦେହ ବିନା ପେଟ ରହେନା ମାନ

ଏ ଦେହରେ ଅଛି ପଞ୍ଚ ଇନ୍ଦ୍ରିୟ କରଣ

ଦେହରେ ସୃଷ୍ଟି ସାତ ଚକ୍ରମାନ

ଜୀବଙ୍କ ସୃଷ୍ଟିରେ ଦେହ ମୂଲ୍ୟବାନ

ବିନା ଆତ୍ମାରେ ଦେହ ଅଟେ ଶୂନ୍ୟ ||


Rate this content
Log in