STORYMIRROR

Smrutimayee Das

Drama Romance Classics

3  

Smrutimayee Das

Drama Romance Classics

ଥୁଣ୍ଟାଗଛ

ଥୁଣ୍ଟାଗଛ

1 min
193

ଥୁଣ୍ଟା ଗଛଟିଏ ମଶାଣି ଭୁଇଁରେ

ମୂକସାକ୍ଷୀ ସିଏ ଘଟଣାକ୍ରମର

କେତେକିଏ ଆସେ କେତେ କିଏ ଯାଏ

ହିସାବ ରଖେନା ଥୁଣ୍ଟାଗଛ ସିଏ

କେତେ କାନ୍ଦ ହସ ଲୁହ ସେ ଦେଖିଛି

ନୀରବରେ ସେ ସହି ଯେ ଯାଇଛି

ଖରା ଓ ଵରଷା ଶୀତ ଓ କାକର

ସବୁ ତା ପାଇଁ ସମାନ ପ୍ରକାର

କେତେ ଶବ ପୋଡି ପାଉଁଶ ହୋଇଛି

ଜୁଇ ଧୂଆଁରେ ପ୍ରଶ୍ୱାସ ଭରିଛି

କେଉଁକାଳୁ ପତ୍ର ଯାଇଛି ଯେ ଝଡି

ଛିଡା ସେ ହୋଇଛି ଥୁଣ୍ଟା ଟିଏ ପରି।

ପତ୍ର ଛାୟାରେ ବସୁନି ବାଟୋଇ

ଗୋରୁଆଳ ପିଲା ବଇଁଶୀ ବଜେଇ

ଥୁଣ୍ଟା ଗଛ ସେ ଯେ ନାହିଁ ତା ଜୀବନ

ଜୀବନ ତାହାର ସ୍ନେହ ପ୍ରେମ ହୀନ।

ଆମେ ସବୁ ଏଠି ଜିଅନ୍ତା ଶବ

ସୁକୁସୁକୁ ଚାଲେ ନାକପୁଡାରେ ପବନ

କେମିତି ସହିବ ତମପରି କଷ୍ଟ

ଏ ପିଣ୍ଡରେ ତିଳେ ଥିବା ଯାଏଁ ପ୍ରାଣ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Smrutimayee Das

Similar oriya poem from Drama