ଥୁଣ୍ଟାଗଛ
ଥୁଣ୍ଟାଗଛ
ଥୁଣ୍ଟା ଗଛଟିଏ ମଶାଣି ଭୁଇଁରେ
ମୂକସାକ୍ଷୀ ସିଏ ଘଟଣାକ୍ରମର
କେତେକିଏ ଆସେ କେତେ କିଏ ଯାଏ
ହିସାବ ରଖେନା ଥୁଣ୍ଟାଗଛ ସିଏ
କେତେ କାନ୍ଦ ହସ ଲୁହ ସେ ଦେଖିଛି
ନୀରବରେ ସେ ସହି ଯେ ଯାଇଛି
ଖରା ଓ ଵରଷା ଶୀତ ଓ କାକର
ସବୁ ତା ପାଇଁ ସମାନ ପ୍ରକାର
କେତେ ଶବ ପୋଡି ପାଉଁଶ ହୋଇଛି
ଜୁଇ ଧୂଆଁରେ ପ୍ରଶ୍ୱାସ ଭରିଛି
କେଉଁକାଳୁ ପତ୍ର ଯାଇଛି ଯେ ଝଡି
ଛିଡା ସେ ହୋଇଛି ଥୁଣ୍ଟା ଟିଏ ପରି।
ପତ୍ର ଛାୟାରେ ବସୁନି ବାଟୋଇ
ଗୋରୁଆଳ ପିଲା ବଇଁଶୀ ବଜେଇ
ଥୁଣ୍ଟା ଗଛ ସେ ଯେ ନାହିଁ ତା ଜୀବନ
ଜୀବନ ତାହାର ସ୍ନେହ ପ୍ରେମ ହୀନ।
ଆମେ ସବୁ ଏଠି ଜିଅନ୍ତା ଶବ
ସୁକୁସୁକୁ ଚାଲେ ନାକପୁଡାରେ ପବନ
କେମିତି ସହିବ ତମପରି କଷ୍ଟ
ଏ ପିଣ୍ଡରେ ତିଳେ ଥିବା ଯାଏଁ ପ୍ରାଣ।

