STORYMIRROR

Smrutimayee Das

Tragedy

4  

Smrutimayee Das

Tragedy

ଡଙ୍ଗା

ଡଙ୍ଗା

1 min
249


ଵରଷା ଆସିଲେ ମନେ ପଡେ ମୋର

ଗାଁ ଗହୀରିର ପାଣି

ଭିଜୁଥିଲୁ ଆମେ ଝଡି ଵରଷାରେ

ବୋଉର କଥା ନମାନି

ଵରଷା ସୁଅରେ ଭସାଉଥିଲୁ କାଗଜ ଡଙ୍ଗା

ହାତରେ ତିଆରି କରି

ଭାସିଯାଇ ପୁଣି ବୁଡିଯାଉଥିଲା ପାଣି ଫୋଟକା ପରି 

ଗୋଟି ପରେ ଗୋଟି କାଗଜ ଡଙ୍ଗା

ଭାସୁଥିଲେ ଧାଡି ଧାଡି

ମନ ଆନନ୍ଦରେ ହସି ହସି ଆମେ

ଖୁସିରେ ଯାଉ ତ ଗଡି

ପଛୁଆ ବା ପେଲି ନେଉଥାଏ

କାଗଜ ଡଙ୍ଗାକୁ ଆମର

କେଉଁଠି ଅବା ସେ ଅଟକି ଯାଏ

କାଠି କୁଟା ଅଳିଆର

ଭସାଇ ଦେଇ ଗାଉଥିଲୁ ଆମେ

ପଢ଼ା ବହିର ସେ ଗୀତ

ଭାସି ଯା ମୋର କାଗଜ ଡ଼ଙ୍ଗା

ଭାସି ଯା ମୋର ମିତ।


ଜୁଡୁବୁଡୁ ହୋଇ ଵରଷା ପାଣିରେ କଡାଇ ନେଉ ତା ବାଟ

କିଛି ବାଟ ଯାଇ ବୁଡିଯାଏ ପୁଣି

ସରିଲେ ଅଳିକ ଜୀବନ ନାଟ।

ଭିଜି ଯାଏ ଯେବେ କାଗଜର ଦେହ

ହୁଏ ସେ ଡଙ୍ଗା ଦଦରା

ଆପଣା ଛାଏଁ ମିଳାଇ ଯାଏ ସେ

ଲୋଡ଼ା ନାହିଁ କାହା ଦୟା ଆଉ ଆସରା।


ସେଦିନ କୁଆଡେ ହଜି ତ ଗଲାଣି

ସ୍ମୃତିର ଆଲେଖ୍ୟ ହୋଇ

ଆସିବନି ଫେରି ଆଉ ସେହିଦିନ

କିଏ ବା ଦେବ ଫେରାଇ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Smrutimayee Das

Similar oriya poem from Tragedy