STORYMIRROR

Smrutimayee Das

Abstract Drama Classics

3  

Smrutimayee Das

Abstract Drama Classics

ଚିଠି

ଚିଠି

1 min
214


ମନର କାଗଜ ପରେ

ଲେଖିଛି ମୁଁ କେତେ ଚିଠି

କାଳିଆ ତୋହରି ପାଇଁ

ପ୍ରଥମେ ସମ୍ବୋଧିଛି କାଳିଆ କୁ ଆଦରେ

ଲେଖିଛି ସୁଖ ଦୁଃଖ ବିଷୟବସ୍ତୁରେ

ଆତ୍ମାର ଟିକଟ ଦେଇ

ହୃଦୟର ଲଫାପା ରେ

ରକତ ମୁଦ ଦେଇ

ଲେଖିଛି ମୁଁ ଠିକଣା

ପାଉ କି ନପାଉ ଚିଠି

ସେ କଥା ଅଜଣା।

ସବୁକଥା ଲେଖିସାରି କରିଛି ମୁଁ ଇତିରେ

ଚିଠି ପାଇ ଚିଠି ଦେବୁ

ରହିଛି ଅପେକ୍ଷାରେ...।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Smrutimayee Das

Similar oriya poem from Abstract