STORYMIRROR

Smrutimayee Das

Romance Tragedy Fantasy

4  

Smrutimayee Das

Romance Tragedy Fantasy

ଲୁହ

ଲୁହ

1 min
184


ଲୁହ ପିଇ ପିଇ ବଞ୍ଚିଛି ମୁହିଁ

ଛଡାଇ ନିଅନା ସେ ଅଧିକାର

ଲୁହ ନ ପିଇଲେ ବଞ୍ଚିବି କେମିତି

ଲୁହ ମୋର ଚିର ସହଚର।


ଧନ ମାଗିନାହିଁ ଜନ ମାଗିନାହିଁ

ମାଗିଛି ଖାଲି ମୁଁ ଅସରା ଲୁହ

ଝରି ଝରୁଥାଏ ସେଇ ଲୁହ ମୋର

ଅସରା ସେ ଝରେ ଅହରହ।


କାହା ଆଗେ କେବେ ଝରିନି ସେ ଲୁହ

ପଡିନି ସେ ଟୋପା ତଳେ

ପିଇଛି ତାକୁ ମୁଁ ଅନ୍ତର ଭରି

ଝରିଛି ସେ ମୋର ଅନ୍ତର ତଳେ।


ବୋହିଯାଏ ସବୁ ଦୁଃଖ ଅବଶୋଷ

ହତାଶା ଆଉ କୋହ

ଲୁହ ନୁହେଁ ସେ ତ

ଜୀବନ ଧାରା

ବୋହିଯାଏ ହୋଇ ଲୁହ।


ଏତିକି ଅଳି ମୁଁ କରୁଅଛି ପ୍ରଭୁ

ବଞ୍ଚିତ କରନା ସେ ଅଧିକାର

ବଞ୍ଚିଛି ଏହି ଲୁହ ପିଇ ପିଇ

ବଞ୍ଚିବି ପୁଣି ଲୁହରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Smrutimayee Das

Similar oriya poem from Romance