ଲୁହ
ଲୁହ
ଲୁହ ପିଇ ପିଇ ବଞ୍ଚିଛି ମୁହିଁ
ଛଡାଇ ନିଅନା ସେ ଅଧିକାର
ଲୁହ ନ ପିଇଲେ ବଞ୍ଚିବି କେମିତି
ଲୁହ ମୋର ଚିର ସହଚର।
ଧନ ମାଗିନାହିଁ ଜନ ମାଗିନାହିଁ
ମାଗିଛି ଖାଲି ମୁଁ ଅସରା ଲୁହ
ଝରି ଝରୁଥାଏ ସେଇ ଲୁହ ମୋର
ଅସରା ସେ ଝରେ ଅହରହ।
କାହା ଆଗେ କେବେ ଝରିନି ସେ ଲୁହ
ପଡିନି ସେ ଟୋପା ତଳେ
ପିଇଛି ତାକୁ ମୁଁ ଅନ୍ତର ଭରି
ଝରିଛି ସେ ମୋର ଅନ୍ତର ତଳେ।
ବୋହିଯାଏ ସବୁ ଦୁଃଖ ଅବଶୋଷ
ହତାଶା ଆଉ କୋହ
ଲୁହ ନୁହେଁ ସେ ତ
ଜୀବନ ଧାରା
ବୋହିଯାଏ ହୋଇ ଲୁହ।
ଏତିକି ଅଳି ମୁଁ କରୁଅଛି ପ୍ରଭୁ
ବଞ୍ଚିତ କରନା ସେ ଅଧିକାର
ବଞ୍ଚିଛି ଏହି ଲୁହ ପିଇ ପିଇ
ବଞ୍ଚିବି ପୁଣି ଲୁହରେ।

