STORYMIRROR

Smrutimayee Das

Others

4  

Smrutimayee Das

Others

ଶୁଖିଲା ପତ୍ର

ଶୁଖିଲା ପତ୍ର

1 min
162


ବିଦାୟ ନେଇଛି ଧରାପୃଷ୍ଠୁ ଶୀତ

ଫଗୁଣ ଆସିବ ପୁଣି ଆସିବ ବସନ୍ତ

ଶୁଖିଲା ପତ୍ର ସବୁ ବୃକ୍ଷେ ଝୁଲୁଥାନ୍ତି

ହସି ହସି ଖସିବାକୁ ମନେ ଭାବୁଥାନ୍ତି।

ଶୁଖିଲା ପତ୍ର ସବୁ ଝଡି ପଡୁଥାଏ

ଝଡ଼ ଝଡ଼ ଶବ୍ଦରେ ଛାଇ ନିଦ ଭାଙ୍ଗିଯାଏ

ନିଛାଟିଆ ଖରାବେଳଟାରେ

ଝଡ଼ ଝଡ଼ କରି ପଡୁଥାନ୍ତି ଖସି ଆଗପଛ ହୋଇ

ମନେ ହୁଏ ବୃକ୍ଷରାଜି ଆନନ୍ଦରେ ବିହୋଳିତ

ଆଗମନୀ ବାର୍ତା ଦିଏ ଋତୁରାଜ ବସନ୍ତ

ପୁରାତନ ସାଜସଜ୍ଜା ପରିହାର କରି

ନୂତନ ସାଜସଜ୍ଜା କୁ ନିଅନ୍ତି ଆବୋରି।

ଶୁଖିଲା ପତ୍ର ସବୁ ଝଡ଼ିଗଲା ପରେ

ପ୍ରକୃତିରାଣୀ ସାଜେ ପତ୍ର ପୁଷ୍ପ ସମ୍ଭାରରେ ପୁଣି ପଲ୍ଲବିତ ବୃକ୍ଷ ଶୁଖିଲା ପତ୍ରକୁ ଛାଡି 

ଶୁଖିଲା ପତ୍ର ଦୁଃଖେ ଦେଖେ ତଳେପଡି

ଶୈଶବ କୌଶର ଯୌବନ ଓ ଜରା

ବିଧାତାର ନୀୟମ

ସେ ନୁହଁଇ ନିଆରା।


ଏଇମିତି ଅବସ୍ଥାକୁ ଅତିକ୍ରମ କଲାପରେ ଝଡ଼ିଯିବ

ଶୁଖିଲାପତ୍ର ପରି ମନୁଷ୍ୟ ଜୀବନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Smrutimayee Das