STORYMIRROR

Smrutimayee Das

Others

3  

Smrutimayee Das

Others

ଅମାବାସ୍ୟା

ଅମାବାସ୍ୟା

1 min
251

ଅମାବାସ୍ୟାର ଜାତ କନ୍ୟାଟି

ହୁଅଇ ଉଆଁସୀ କନ୍ୟା

ଅନ୍ଧ ବିଶ୍ୱାସର ପାଚେରୀ ଲଙ୍ଘି ପାରେନା ମନୁଷ୍ୟ କିଆଁ?

ସୁଖ ଦୁଃଖ ଆଲୋକ ଅନ୍ଧାର

ଆସଇ ନିୟମ କ୍ରମ

ଆନବିନେ ଆନ ଅସମ୍ଭବ ହୁଅଇ ସେ ମୂଲ୍ୟହୀନ।

ଅମାବାସ୍ୟା ଓ ପୂର୍ଣ୍ଣିମା ମୁଦ୍ରାର ପାର୍ଶ୍ୱ ଦୁଇ

କାହା ବିହୁନେ କାହାକୁ

ଭାବି ପାରେନା କେହି

ଅମାବାସ୍ୟାରେ ଅନ୍ଧକାର

ଘୋଟିଥାଏ ଏ ଜୀବନେ

ଦୂର ହୋଇଯାଏ ତମସା

ଶୀତଳ ଜୋଛନା କିରଣେ

ଅନୁଭବି ହୃଦ ଜାଣେ

କେହି ତ ନୁହନ୍ତି ଉଣା

ସ୍ରଷ୍ଟାଙ୍କ ସୃଷ୍ଟିର ନିୟମ

କାହାରେ କରନା ଘୃଣା

ଅମାବାସ୍ୟାର ଘନ କାଳିକା

ଦେହେ ମୋର ହୋଇ ବୋଳି

ପୂର୍ଣ୍ଣ ଇନ୍ଦୁର କିରଣ ଚମକେ

ଦେହ ମୋ ଉଠିବ ଝଳି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Smrutimayee Das