ଅମାବାସ୍ୟା
ଅମାବାସ୍ୟା
1 min
258
ଅମାବାସ୍ୟାର ଜାତ କନ୍ୟାଟି
ହୁଅଇ ଉଆଁସୀ କନ୍ୟା
ଅନ୍ଧ ବିଶ୍ୱାସର ପାଚେରୀ ଲଙ୍ଘି ପାରେନା ମନୁଷ୍ୟ କିଆଁ?
ସୁଖ ଦୁଃଖ ଆଲୋକ ଅନ୍ଧାର
ଆସଇ ନିୟମ କ୍ରମ
ଆନବିନେ ଆନ ଅସମ୍ଭବ ହୁଅଇ ସେ ମୂଲ୍ୟହୀନ।
ଅମାବାସ୍ୟା ଓ ପୂର୍ଣ୍ଣିମା ମୁଦ୍ରାର ପାର୍ଶ୍ୱ ଦୁଇ
କାହା ବିହୁନେ କାହାକୁ
ଭାବି ପାରେନା କେହି
ଅମାବାସ୍ୟାରେ ଅନ୍ଧକାର
ଘୋଟିଥାଏ ଏ ଜୀବନେ
ଦୂର ହୋଇଯାଏ ତମସା
ଶୀତଳ ଜୋଛନା କିରଣେ
ଅନୁଭବି ହୃଦ ଜାଣେ
କେହି ତ ନୁହନ୍ତି ଉଣା
ସ୍ରଷ୍ଟାଙ୍କ ସୃଷ୍ଟିର ନିୟମ
କାହାରେ କରନା ଘୃଣା
ଅମାବାସ୍ୟାର ଘନ କାଳିକା
ଦେହେ ମୋର ହୋଇ ବୋଳି
ପୂର୍ଣ୍ଣ ଇନ୍ଦୁର କିରଣ ଚମକେ
ଦେହ ମୋ ଉଠିବ ଝଳି ।।