STORYMIRROR

Smrutimayee Das

Abstract Drama Romance

3  

Smrutimayee Das

Abstract Drama Romance

ତମେ

ତମେ

1 min
229


ତମେ ମୋର ଜୀବନକୁ ସରସିତ କଲ

ଫୁଲବଣ ନଦନଦୀ କାନନ ଶୋଭାରେ

କୁନି କୁନି ମହୁମାଛି ଟିକିଟିକି ପକ୍ଷୀମେଳେ

ତମେ ମୋତେ ସାଇତି ରଖିଲ

ଅପରୂପ ସାଗର କୋଳେ

ସାମୁଦ୍ରିକ ଗୀତ ଗାଇ

ମୁଁ ଲେଖିଲି ପ୍ରୀତିର କବିତା

ରୂପର ପସରା କୋଳେ

ମୁଁ ଡେଇଁଲି ମନଇଚ୍ଛା କେତେ

ପକ୍ଷୀମେଳେ ମୁଁ ଗପିଲି

କେତେ ଅନ୍ତର କାହାଣୀ

ଧାଇଁ ଧାଇଁ ଥକିଗଲି

ଗୁଣ୍ଡୁଚି ର ସାଥେ

ତମେ ମୋତେ ଦେଲ କେତେ

ସୁମହତ କଥା

ଅସରନ୍ତି ନିର୍ମଳ ଚିନ୍ତାର ଖିଅ

ମୋର ମନେ ଅବିଚ୍ଛ୍ୟେଦ ସମୟର ପ୍ରେମ ପାଇଁ

ତମେ ଦେଲ କେତେ ପ୍ରତ୍ୟୁଷ ପ୍ରଦୋଷ

ଆଲୁଅ ଅନ୍ଧାର ପୁଣି

ରଶ୍ମି ପ୍ରଖର ଶୀତଳ

ଏସବୁକୁ ପାଇ ସତେ

ମୁଁ ଭୁଲିଛି ମୋତେ

ହସ କାନ୍ଦ ଜୀବନ ଭିତରେ

ମୁଁ ହଜୁଛି କେତେ

ସାଥୀ ଆଉ କିସ ହେବ

ତମେଇତ ମୋର ସହଚର

ତମ ଲାଗି ଯେତେସବୁ

ଅପବାଦ ନିନ୍ଦା ରଟନା

ମୁଁ କରିବି ଭକ୍ଷଣ

ହସ ହସ ବଦନରେ

ତମେ ତ ମୋହର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Smrutimayee Das

Similar oriya poem from Abstract