ତମେ
ତମେ
ତମେ ମୋର ଜୀବନକୁ ସରସିତ କଲ
ଫୁଲବଣ ନଦନଦୀ କାନନ ଶୋଭାରେ
କୁନି କୁନି ମହୁମାଛି ଟିକିଟିକି ପକ୍ଷୀମେଳେ
ତମେ ମୋତେ ସାଇତି ରଖିଲ
ଅପରୂପ ସାଗର କୋଳେ
ସାମୁଦ୍ରିକ ଗୀତ ଗାଇ
ମୁଁ ଲେଖିଲି ପ୍ରୀତିର କବିତା
ରୂପର ପସରା କୋଳେ
ମୁଁ ଡେଇଁଲି ମନଇଚ୍ଛା କେତେ
ପକ୍ଷୀମେଳେ ମୁଁ ଗପିଲି
କେତେ ଅନ୍ତର କାହାଣୀ
ଧାଇଁ ଧାଇଁ ଥକିଗଲି
ଗୁଣ୍ଡୁଚି ର ସାଥେ
ତମେ ମୋତେ ଦେଲ କେତେ
ସୁମହତ କଥା
ଅସରନ୍ତି ନିର୍ମଳ ଚିନ୍ତାର ଖିଅ
ମୋର ମନେ ଅବିଚ୍ଛ୍ୟେଦ ସମୟର ପ୍ରେମ ପାଇଁ
ତମେ ଦେଲ କେତେ ପ୍ରତ୍ୟୁଷ ପ୍ରଦୋଷ
ଆଲୁଅ ଅନ୍ଧାର ପୁଣି
ରଶ୍ମି ପ୍ରଖର ଶୀତଳ
ଏସବୁକୁ ପାଇ ସତେ
ମୁଁ ଭୁଲିଛି ମୋତେ
ହସ କାନ୍ଦ ଜୀବନ ଭିତରେ
ମୁଁ ହଜୁଛି କେତେ
ସାଥୀ ଆଉ କିସ ହେବ
ତମେଇତ ମୋର ସହଚର
ତମ ଲାଗି ଯେତେସବୁ
ଅପବାଦ ନିନ୍ଦା ରଟନା
ମୁଁ କରିବି ଭକ୍ଷଣ
ହସ ହସ ବଦନରେ
ତମେ ତ ମୋହର।