STORYMIRROR

Smrutimayee Das

Romance Tragedy

3  

Smrutimayee Das

Romance Tragedy

ପ୍ରିୟତମା

ପ୍ରିୟତମା

1 min
230


ଋଷିଯାଇଛି ଚାନ୍ଦ ଓ ତାରା

ଋଷିଯାଇଛି ପୃଥିବୀ ସାରା

ଋଷିଛି ଯେଣୁ ମୋ ପ୍ରିୟତମା

ମୋର ପ୍ରାଣର ପ୍ରିୟା ।।


କେମିତି ବୁଝାଇବି

କେମିତି ମନାଇବି

ମନ ତାର ଆଜି ଅଭିମାନେ ଭରା

ଋଷି ଯାଇଛି ଚାନ୍ଦ ଓ ତାରା

ଋଷିଛି ଯେଣୁ ମୋ ପ୍ରିୟତମା

ମୋ ପ୍ରାଣର ପ୍ରିୟା

କା ସାଥେ ବିତିବ ମୋ ବିଜନ ସନ୍ଧ୍ୟା

କା ସାଥେ ଗପିବି ମୁଁ ଅସରା କଥା

କିଏ ସେ ବୁଝିବ ମୋ ମନଧାରା

ଋଷି ଯାଇଛି ଚାନ୍ଦ ଓ ତାରା

ଋଷିଛି ଯେଣୁ ମୋ ପ୍ରିୟତମା

ମୋ ପ୍ରାଣର ପ୍ରିୟା

ଋଷିଛି ସେ ବେଳାଭୂମି

ଋଷିଛି ସେ ପଥର

ଋଷିଛି ସେ ଶେଯ ପୁଣି

ଋଷିଛି ସେ ଦ୍ୱିପ୍ରହର

କା ସାଥେ ଖେଳିବି ପଶା(ତାସ) ଖେଳ

କା ସାଥେ ବିତିବ ମୋ ଅବସର ବେଳ

ଅଭିମାନେ ହୋଇଛି ସେ ଦୂର ପରା

କେମିତି ବୁଝାଇବି କେମିତି କହିବି

ହୃଦୟତା ଆଜି ବେଦନା ଭରା

ଋଷି ଯାଇଛି ଚାନ୍ଦ ଓ ତାରା

ଋଷି ଯାଇଛି ପୃଥିବୀ ସାରା

ଋଷିଛି ଯେଣୁ ମୋ ପ୍ରିୟତମା

ମୋ ପ୍ରାଣପ୍ରିୟା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Smrutimayee Das

Similar oriya poem from Romance