STORYMIRROR

Smrutimayee Das

Abstract Others

3  

Smrutimayee Das

Abstract Others

ମାଟି

ମାଟି

1 min
179


ଏ ମାଟି ତୁମେ ମହାନ

ଯେ ମାଟି ଧରିଛି ବକ୍ଷେ ତାହାର

ବୀର ବକ୍ଷର ରୁଧିର

ଯେ ସହିଛି ପୁଣି ଶତ୍ରୁ ଅତ୍ୟାଚାର

ଯେ ଦେଖିଛି ପୁଣି କେତେ ବ୍ୟଭିଚାର

ଧନ୍ୟ କାରଗିଲ ମାଟି...!

ରକ୍ତ ରଞ୍ଜିତ ତୁମର ଶରୀର

ବୀର ଯବାନ ପଡିଛି ଲୋଟି

କରିନାହିଁ ଭୟ ଶତ୍ରୁକୁ ତାର

ଡରିନାହିଁ ପୁଣି ଜୀବନକୁ ଯାର

ପ୍ରାଣକୁ କରିଛି ବାଜି

ଖେଳିଛି ଜୀବନ ସହିତ ସିଏ ଯେ

କୌଶଳେ କେତେ ସାଜି।


ଇଚ୍ଛା ହୁଏ ଧାଇଁ ସେଠାକୁ ଯାଆନ୍ତି

ମୁଠାଏ ମାଟିରୁ ଜାବୁଡି ଧରନ୍ତି

ମଥାରେ ଲଗାଇ ଧନ୍ୟ ମୁଁ ହୁଅନ୍ତି

ରକ୍ତ ସ୍ନାନ କରି ଅବା ଗଙ୍ଗା ସ୍ନାନ ଫଳ

ପାଇଁ ମୁଁ ଯାଆନ୍ତି ।


ସେ ମାଟିରେ ମୁଁ ତ ଗଡି ଯେ ଯାଆନ୍ତି

ସତେ କି ବ୍ରଜର ଧୂଳି

ଖେଳୁଛି ପ୍ରଭୁଙ୍କ ସଂଗେ ପିଚକାରୀ ଅବା ହୋଲି

ଧନ୍ୟ ହୁଅନ୍ତା ମୋ ଅଙ୍ଗଲାଗି ପୁଣ୍ୟ ଭୂମିର ତିଳକ ମାଟି।

ଅଙ୍ଗେ ବୋଳି ହୁଅନ୍ତେ ଆବେଗେ ପ୍ରଶମିତ କରିବାକୁ ଅନ୍ତର ଜ୍ବଳନ

ଦୂରରୁ ଘେନ ମୋ ସାଷ୍ଟାଙ୍ଗ ପ୍ରଣାମ 

ହେ ବୀର ସହୀଦ ଯବାନ

ସେ ମାଟି ଗରୀୟାନ....।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Smrutimayee Das

Similar oriya poem from Abstract