STORYMIRROR

Prafulla Chandra Mishra

Tragedy

4  

Prafulla Chandra Mishra

Tragedy

ଅବୁଝା ମନ (ଗୀତ)

ଅବୁଝା ମନ (ଗୀତ)

1 min
378


ମନ ବୁଝେନା ବୁଝେନା ସଜନୀ

ଏତ ଅବୁଝା ମନର ରଜନୀ, (୨)

ତୁମେ ହୃଦୟର ଫୁଲ ବୀଥିକା ର

ସୁନ୍ଦର ଗୋଲାପ ରାଣୀ,

ଯେତେ ଦେଖୁଥିଲେ     ମନ ବୁଝେ ନାହିଁ

ଚୁମ ମଧୁ ସଉରଭ ରୋଷଣୀ, ମନ ବୁଝେନା...।


ଅବୁଝା ମନର ଜହ୍ନ‌ ଜୋଛନାରେ

ଲାଜେ ହସେ କୁମୁଦିନୀ

ଅବୁଝା ମନର ମଳୟ ପରସେ

ସିହରୀ ଉଠେ ଯାମିନୀ,

ଅବୁଝା ମନରେ   ପବିତ୍ର ପ୍ରେମର

ମଧୁର ମଧୂ ରାଗ ତରଙ୍ଗିଣୀ, ମନ ବୁଝେନା...।


ଅବୁଝା ମନ ଭ୍ରମରା ପଦ୍ମ ବନେ

ମକରନ୍ଦେ “ମତୁଆଲା

ହୋଇ” ପଙ୍କଜିନୀ ପ୍ରେମରେ ବିହ୍ଵଳ

ଦେଖି ମନେ ହଜିଗଲା,

ତାର ଚାରୁ ଚନ୍ଦ୍ର   ଲପନେ ଅମୃତ

ମନ ପ୍ରେମ ଝର ସୁଷମା ଠାଣି, ମନ ବୁଝେନା...।


ଅବୁଝା ପଙ୍କିଳ ମନ ସର ହ୍ରଦେ

ଫୁଟଇ ପଦ୍ମ କୁମୁଦ

ଅବୁଝା ପ୍ରମର ଲହରୀ ଖେଳରେ

ଶାମୁକା ମନର ଖେଦ,

କୂଳରେ ଲେଖଇ   ବାଲି ଚଟାଣରେ

ଶୁଣାଇ ପ୍ରେମ ପ୍ରଣୟ କାହାଣୀ, ମନ ବୁଝେନା...।

 

ଅବୁଝା ମନକୁ ତୁମ ସ୍ନେହ ପ୍ରେମ

କରିଥାଏ ବଶିଭୂତ

ତୁମ ରତି ପ୍ରଣୟରେ ରାତି ବିତେ

ସ୍ପର୍ଶ କାତର ୟେ ଚିତ୍ତ,

ରାକା ରଜନୀ ରେ   ବାହୁ ବନ୍ଧନରେ

ରସା ପାଲଟେ ପ୍ରେମ ସୋହାଗିନୀ, ମନ ବୁଝେନା...।


ଅବୁଝା ମନର ଆକାଶେ ବାଦଲ

ଅଶନି ଗରଜେ କାହିଁ

ହୁଏ ବିଚଳିତ ମନ ଆନ୍ଦୋଳିତ

କାହିଁରେ ବି ଲାଗେ ନାହିଁ

ଛଟପଟ ହୁଏ  ବିକଳ ହୃଦୟେ

ଲୁହ ପୋଛେ ରହିରହି ମାନିନୀ, ମନ ବୁଝେନା...।


ଅବୁଝା ମନ ୟେ ଦିବସେ ସପନ 

ଦେଖ ହୁଅଇ ଉଛନ୍ନ

ବାସ୍ତବ ପଦାର୍ଥ ସମ୍ଭାବନା ସତ୍ୟ

ହୋଇଯାଏ ଅନ୍ତର୍ଦ୍ଧ୍ୟାନ

ଜୀବନ ଏମିତି  ଅ-ଅଙ୍କା ଜ୍ୟାମିତି

ଦୁଃଖ ଶୋକ ବିଜଡିତ ସରଣୀ, ମନ ବୁଝେନା...।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy