STORYMIRROR

କଳ୍ପନା ରାୟ

Drama Tragedy

3  

କଳ୍ପନା ରାୟ

Drama Tragedy

ପ୍ରାୟଶ୍ଚିତ

ପ୍ରାୟଶ୍ଚିତ

1 min
202


ପ୍ରାୟଶ୍ଚିତ ଯେବେ ଚାହିଁଵିରେ ଜଗା

ଧୋଇବୁ କି ମୋର ପାପ

ତୋତେ ଗାଳି ଦେଇ ଅଶାନ୍ତି ଭୋଗିବା

ନୁହେଁ କି କହ ଗୋଟେ ଅଭିଶାପ ।


ଜନମ ତ ଦେଲୁ କରମ ବି ଦେଲୁ

ନେଲୁ ତ ପଥ କଢାଇ

କେଉଁ ପଥେ ଗଲି ଜାଣି କିନ ଥିଲୁ

ଗଲୁ ଅଭିଶାପ ଦେଇ।


ଜନ୍ମଠୁ ମରଣ ଯେତେ ଦୂର ପଥ

ସବୁ ତୋ ଇଙ୍ଗିତେ ଯାଏ

ସବୁ ଜାଣୁ ତୁହି କରେ କେତେ ଭୁଲ୍

ପ୍ରାୟଶ୍ଚିତ ପାଇଁ କ୍ଷମା ମାଗେ।


ଶ୍ରେଷ୍ଠ ଜୀବ କରି ଜନ୍ମ କଲୁ ଜଗା

ଲୋଭ ବି ତା ସାଙ୍ଗେ ଦେଲୁ

ଲୋଭରୁ ପାପ ମୋର ଭୁଲ୍ ହେଲା

କାହିଁ ପ୍ରାୟଶ୍ଚିତ ନ କରିବୁ କହିଲୁ।


ପୁଅ ହୋଇ ଏଠି ବାପାମାଆ ମାରେ

ମଉଜ ମଜଲିସ଼ ରେ ଵୁଡେ

ଚଳନ୍ତି ଦେବତା ଚିହ୍ନେ ନାହିଁ ସିଏ

କୋଡେ ଯେତେ ସେତେ ମାଡେ।


କରୁଛି ଯେଉଁ ପାପ ଜାଣନ୍ତା ଯଦି ଭୁଲ୍

କ୍ଷମା ମାଗି ସେ ପ୍ରାୟଶ୍ଚିତ କରନ୍ତା

ଭାବୁଛି କରେ ଯାହା ସିଏ ସବୁତ ଠିକ୍

ପ୍ରାୟଶ୍ଚିତର ପ୍ରଶ୍ନ କାହୁଁ ଉଠନ୍ତା ।


ପ୍ରାୟଶ୍ଚିତ କଲେ ପାପ ବନେ ପୁଣ୍ୟ

ଭୁଲ୍ ରେ କ୍ଷମା ବି ହୁଏ

ପ୍ରାଣୀ ଯଦି ଭାବେ ମୁଁ ଅଟେ ପାପ ଶୂନ୍ୟ

ଆଉ କି ସେ ଭୁଲ୍ ମାଗେ ?


ଜାଣି ବି ନ ଜାଣୁ ଯଦି ମୋ କର୍ମକୁ

ଜଗା, ମାଗୁଛି ଭୁଲ୍ ବାରମ୍ବାର

ଭୁଲ୍ କ୍ଷମା କରି ସ୍ଵଛ କର ଜୀବନକୁ

ଗୁହାରି ପ୍ରାର୍ଥନା ଏ ତ ମୋର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from କଳ୍ପନା ରାୟ

Similar oriya poem from Drama