ପାଗଳି ମାଁର କାହାଣୀ
ପାଗଳି ମାଁର କାହାଣୀ
ପ୍ରଭୁଙ୍କ ଭିଆଣ ଦେ ଭକ୍ତ ଗଣ
ନିଜ ଶିଶୁ ପତ୍ରି ପ୍ରେମ,
ପାଗଳି ହେଲେବି ପ୍ରେମର ଜୁଆର
ଅପୂର୍ବ ଶ୍ରଦ୍ଧାର ପ୍ରେମ ।
ଘୃଣା କରୁଥାନ୍ତି ସାହି ପଡୋଶୀ
କାହାକୁ କିଛି ନ କହି,
ଚୁମୁକି ଚୂମୁକି ହସି ଦେଉ ଥାଏ
ପ୍ରଭୁଙ୍କ ଭିଆଣ ଏହି ।
ନାନା ପ୍ରକାର ଗୀତ ଗାଉଥାଏ
ପୁତ୍ର ପ୍ରେମ ପଡ଼ି,
ପ୍ରଭୁଙ୍କ ଭିଆଣ ଅପୂର୍ବ ଅଟଇ ଦିଅନ୍ତି
ପ୍ରେମକୁ ଯୋଡ଼ି ।
ପୁତ୍ରକୁ ଧରଣୀ ଘରେ ଘରେ ଯାଇ
ଭିକ୍ଷା ମାଗୁଥାଏ ସେହି,
ଆଦର କରନ୍ତି କିଛି ଲୋକେ ତାକୁ
ଦୂରୁ କରୁଥାନ୍ତି କେହି ।
ପ୍ରଭୁଙ୍କ ରଚନା ପାଗଳି ବି ମଧ୍ୟ
ପ୍ରେମର ସନ୍ଦେଶ ଦିଏ,
ପୁତ୍ର ପ୍ରେମ ପଡ଼ି ପାଗଳିଟି ମୋର
ଜଗତକୁ ଶିକ୍ଷା ଦିଏ ।