STORYMIRROR

Papu parida

Drama Romance Others

3  

Papu parida

Drama Romance Others

ନ ପାହୁ ନ ପାହୁ ଏ ଜହ୍ନରାତି

ନ ପାହୁ ନ ପାହୁ ଏ ଜହ୍ନରାତି

1 min
262


ନ ପାହୁ ନ ପାହୁ ଏ ଜହ୍ନରାତି

ବାଣ୍ଟୁଥିବା ବସି ପ୍ରେମରପିରତି।


ଝିଲମିଲ ଝିଲମିଲ ତାରାଙ୍କର ମେଳେ

ଜହ୍ନ ଯେନ ସେଠି ଲୁଚକାଳି ଖେଳେ।


ରାତ୍ର ଆକାଶର ସେ କାମୁକ ସୌନ୍ଦର୍ଯ୍ୟ

ଧୀରେ ଧୀରେ ବଢେ ତୋ ରୂପମାଧୁର୍ଯ୍ୟ।


ନ ପାହୁ ନ ପାହୁ ଏ ଜହ୍ନରାତି

ବାଣ୍ଟୁଥିବା ବସି ପ୍ରେମରପିରତି।


ମନ୍ଦ ମନ୍ଦ ପବନର ତାଳେ ତାଳେ

ମନ ମୋର ଆଜି ତୋରି କବଳେ।


ପ୍ରେମଭିକ୍ଷା ମୋର କର ହେ ଗ୍ରହଣ

ହାତ ଧରି ମୋତେ କର ଯେ ପୂରଣ।


ନ ପାହୁ ନ ପାହୁ ଏ ଜହ୍ନରାତି

ବାଣ୍ଟୁଥିବା ବସି ପ୍ରେମରପିରତି।



Rate this content
Log in

Similar oriya poem from Drama