STORYMIRROR

Bishwaranjan Tripathy

Drama Romance Classics

3  

Bishwaranjan Tripathy

Drama Romance Classics

ଜୀବନ

ଜୀବନ

1 min
243

ଧରିଥିଲି ହାତ ତୋର ଦେଇଥିଲି କଥା

ଜୀବନ ପଥରେ ଦେବୀ ତୋର ସାଥ।

କିଏ ଜାଣିଥିଲା ହୋଇବ ଏମିତି

ନିଜ ଲୋକମାନେ ଦେଖେଇବେ କରାମତି।

ଆରମ୍ଭ ହୋଇନି ଜୀବନର ବାଟ

ଦୁଇ ହୃଦୟକୁ ନେଇ ଦୁନିଆ କରୁଅଛି ହାଟ।

ଥକିନି ଶରୀର ହାରିନି ଏ ଦେହ

ଖାଲି ଯାହା ପରିସ୍ଥିତି ଦେଉଅଛି କୋହ।

ମୋ ସ୍ଥିତି, ପରିସ୍ଥିତି ସବୁ ତତେ ଜଣା

ଜାଣି ଜାଣି ଆଜି ହେଉତୁ ଅଜଣା।

ଭାବିଥିଲି ମନେ ଅନେକ କଥା

ହେଇପାରିଲାନି ମନେ ରହିଗଲା ବ୍ୟଥା।

ସେହି ବ୍ୟଥା ସବୁ ଆଜି କଣ୍ଟା ଭଳି ଫୁଟେ

ହୃଦୟ କ୍ଷତହୁଏ ଆଜି ତାହାରି ଚୋଟେ।

କ୍ଷତକୁ ଲୁଚେଇ ଏ ଦୁନିଆ ଆଖିର

ଅଭିନୟ କରେ ଖାଲୀ ବଞ୍ଚିବାର ।

ପାରିବି ଯେତିକି କରିବି ଅଭିନୟ

ସହିନପାରିଲେ ଲଭିବି ବିଦାୟ।

ଧରିଥିଲି ହାତ ତୋର ଦେଇଥିଲି କଥା

ଜୀବନ ପଥରେ ଦେବୀ ତୋର ସାଥ।

କିଏ ଜାଣିଥିଲା ହୋଇବ ଏମିତି

ନିଜ ଲୋକମାନେ ଦେଖେଇବେ କରାମତି।

ଆରମ୍ଭ ହୋଇନି ଜୀବନର ବାଟ

ଦୁଇ ହୃଦୟକୁ ନେଇ ଦୁନିଆ କରୁଅଛି ହାଟ।

ଥକିନି ଶରୀର ହାରିନି ଏ ଦେହ

ଖାଲି ଯାହା ପରିସ୍ଥିତି ଦେଉଅଛି କୋହ।

ମୋ ସ୍ଥିତି, ପରିସ୍ଥିତି ସବୁ ତତେ ଜଣା

ଜାଣି ଜାଣି ଆଜି ହେଉତୁ ଅଜଣା।

ଭାବିଥିଲି ମନେ ଅନେକ କଥା

ହେଇପାରିଲାନି ମନେ ରହିଗଲା ବ୍ୟଥା।

ସେହି ବ୍ୟଥା ସବୁ ଆଜି କଣ୍ଟା ଭଳି ଫୁଟେ

ହୃଦୟ କ୍ଷତହୁଏ ଆଜି ତାହାରି ଚୋଟେ।

କ୍ଷତକୁ ଲୁଚେଇ ଏ ଦୁନିଆ ଆଖିର

ଅଭିନୟ କରେ ଖାଲୀ ବଞ୍ଚିବାର ।

ପାରିବି ଯେତିକି କରିବି ଅଭିନୟ

ସହିନପାରିଲେ ଲଭିବି ବିଦାୟ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama