STORYMIRROR

Bishwaranjan Tripathy

Others

3  

Bishwaranjan Tripathy

Others

ସମାଜରେ ସମ୍ପର୍କ

ସମାଜରେ ସମ୍ପର୍କ

1 min
254

ରୂପ ଠାରୁ ଚରିତ୍ର ବଡ,

ପ୍ରେମ ଠାରୁ ବଡ ତ୍ୟାଗ 

ଧନ ଠାରୁ ମାନବିକତା ବଡ 

ଜଗତେ ସବୁଠାରୁ ବଡ଼ ସୁନ୍ଦର ସମ୍ପର୍କ।


ଏଇ ପରା ଅଟେ ଆମ ସମାଜର ଚିନ୍ତାଧାରା

ଝିଅ ଖୁସିରେ ରହିଲେ, ଜ୍ୱାଇଁ ବହୁତ ବଢିଆ

କିନ୍ତୁ ବୋହୂ ଖୁସିରେ ରହିଲେ,ପୁଅ ମାଇପ ବୁଦ୍ଧିଆ।


ଝିଅର ଝିଅ ହେଲେ କୁହନ୍ତି

ଦେଖ ଘରକୁ ଲକ୍ଷ୍ମୀ ଆସିଛନ୍ତି

କିନ୍ତୁ ବୋହୂର ଝିଅଟିଏ ହେଲେ 

ଘରେ ମହାଭାରତ ଆରମ୍ଭ କରିଦିଅନ୍ତି।


ଜୀବନ ଅଟେ ପରା ଗୋଟିଏ

ଛୋଟ ଅଲେଖା ନୋଟବୁକ୍ ଭଳି

ଯାହାର ଦୁଇଟି ପୃଷ୍ଠା ପୂର୍ବରୁ ଲିଖିତ

ପ୍ରଥମଟି ଜନ୍ମ ଆଉ ଶେଷଟି ମୃତ।


ମଝି ପୃଷ୍ଠା ଗୁଡିକ ସମ୍ପୂର୍ଣ୍ଣ ଫାଙ୍କା ଅଛି,

ସେଠାରେ ଦୁଃଖ ଲେଖିବା ନା ସୁଖ

ଏହା ଆମ ଉପରେ ସବୁ ନିର୍ଭର କରୁଛି।

ଶବ୍ଦର ଶକ୍ତିକୁ ଅବମାନନା ନକରିବା


ଦୁଃଖିକୁ ଅସୁବିଧରେ ଛୋଟ ସାହଯ୍ୟ କରିବା

ସେହି ଛୋଟ ସାହାଯ୍ୟ ତା ଜୀବନେ ଆଣିବ ଆନନ୍ଦ

ସମଗ୍ର ତା ଜୀବନକୁ ପରିବର୍ତ୍ତନ କରିବ।

ଆଜିକାଲିର ମଣିଷ ଜୀବନେ ବହୁତ ୱାର୍ଣ୍ଣିଂ ପାଇଥାଏ


ହେଲେ ସବୁଠୁ ଅଧିକ ଗୁରୁତ୍ୱ

ମୋବାଇଲ ଲୋ ବ୍ୟାଟେରୀ ୱାର୍ଣ୍ଣିଂକୁ ଦେଇଥାଏ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍