STORYMIRROR

Bishwaranjan Tripathy

Inspirational

4  

Bishwaranjan Tripathy

Inspirational

ଦୁନିଆର ରୀତି

ଦୁନିଆର ରୀତି

1 min
289

ଏ ମଣିଷ ସମାଜ ଆଜି ପଶୁ ପାଲଟିଛି

ହୋଇ ଅନ୍ଧ ମୁକ ବଧିର

ସ୍ୱାର୍ଥପଛେ ଧାଏଁ ଅନ୍ଧ ପରି

ଠିକ ଭୁଲର ନକରି ବାଛବିଚାର।


ମିଠା ମିଠା କଥା କହି 

କରନ୍ତି ପରକୁ ନିଜର

ଉପର ମନରେ ସମ୍ମାନ କରନ୍ତି

ଅନ୍ତରେ ନଥାଏ ଖାତିର।


ସ୍ୱାର୍ଥଆଶେ ଯାହା ଚାଟୁକର ହୋଇ

ଭଲେଇ ହୁଅନ୍ତି ଅନ୍ୟର ପାଖର

ଗପନ୍ତି ଅନ୍ୟର ବିରୁଧେ ଯେତେକଥା

ଯାହା ଥାଏ ତାଙ୍କ ନିଜ ପାଖର।


ଠିକ ଲୋକଙ୍କୁ ଦର୍ଶାନ୍ତି ସେ ଭୁଲ

କରି ଚକ୍ରାନ୍ତ ଉଚ୍ଚମାନର

ନିଜେ ଯେବେ ନିଜ ଜାଲରେ ପଡନ୍ତି

କୁହନ୍ତି ପ୍ରଭୁ ଆମକୁ ରକ୍ଷାକର।


ସେହିଭଳି ଲୋକ ଏ ସମାଜ ପାଇଁ

ଅଟନ୍ତି ବିଷ ସଦୃଶ ପରି

ଯାଆନ୍ତି ଯୁଆଡେ ମାଡନ୍ତି ସିଆଡେ

ନିର୍ମୂଳି ଲତା ମାଡୁଥାଏ ଯେପରି।


ନଥାଏ ତାଙ୍କର ମୂଳ ଆଉ ଡାଳ

ପୁଣି ନଥାଏ ତାଙ୍କର ଆକାର

ତଥାପି ସେମାନେ ରଙ୍ଗ ବଦଳାନ୍ତି

ଠିକ ବହୁରୂପୀ ଏଣ୍ଡୁଅ ପ୍ରକାର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational