ଏଇତ ଜୀବନ
ଏଇତ ଜୀବନ
ଏଇତ ଜୀବନ ହସ କାନ୍ଦ ଭରା
ନିମିଷେ ବଦଳି ଯାଏ
ପ୍ରୀତି ମନ୍ଦାକିନୀ ପ୍ରେମିକ ରାଗରେ
ତପ୍ତ ବୈତରିଣୀ ହୁଏ (୧)
ସବୁ ଅନୁଭବ ମିଳି ଯାଏ ଥରେ
ପଶିଲେ ପ୍ରେମ ନଈରେ
ଦିନ ସରିଯାଏ ରାତି ପହି ଯାଏ
ମନ ପୂରେନା ପ୍ରେମରେ (୨)
ପ୍ରେମର ସେ ସୃତି ସବୁ ଅନୁଭୂତି
ମନେପଡେ ଅଧା ଅଧା
କେବେସେ ହସାଏ ପୁରୁଣା କଥାରେ
କେବେ ଆଖି କରେ ଓଦା (୩)
ତୁମ କବିତାରେ ଆଜି ମୁଁ ଖୋଜୁଛି
ବଂଚିବାର ଅଭିପ୍ରାୟ
ଜୀବନ ଟା ମୋର ଦୁର୍ବାର ହେଲାଣି
କରି କରି ଅଭିନୟ (୪)
ପ୍ରେମର କବିତା ଯେ ବୁଝିଛି ଥରେ
ସେପାଇଛି ତାର ମଜା
ନ ବୁଝି ପାରିଲେ ପ୍ରେମ ର ଭାଷା କୁ
ଜୀବନ ପାଲଟେ ସଜା (୫ )

