STORYMIRROR

kamal kumar dash

Drama Romance Tragedy

3  

kamal kumar dash

Drama Romance Tragedy

ଏଇତ ଜୀବନ

ଏଇତ ଜୀବନ

1 min
285

 

 ଏଇତ ଜୀବନ   ହସ କାନ୍ଦ ଭରା 

     ନିମିଷେ ବଦଳି ଯାଏ 

ପ୍ରୀତି ମନ୍ଦାକିନୀ   ପ୍ରେମିକ ରାଗରେ 

     ତପ୍ତ ବୈତରିଣୀ ହୁଏ (୧)

ସବୁ ଅନୁଭବ     ମିଳି ଯାଏ ଥରେ 

     ପଶିଲେ ପ୍ରେମ ନଈରେ 

ଦିନ ସରିଯାଏ    ରାତି ପହି ଯାଏ 

     ମନ ପୂରେନା ପ୍ରେମରେ (୨)

ପ୍ରେମର ସେ ସୃତି   ସବୁ ଅନୁଭୂତି 

     ମନେପଡେ ଅଧା ଅଧା 

କେବେସେ ହସାଏ  ପୁରୁଣା କଥାରେ 

     କେବେ ଆଖି କରେ ଓଦା (୩)

ତୁମ କବିତାରେ    ଆଜି ମୁଁ ଖୋଜୁଛି 

    ବଂଚିବାର ଅଭିପ୍ରାୟ 

ଜୀବନ ଟା ମୋର    ଦୁର୍ବାର ହେଲାଣି 

   କରି କରି ଅଭିନୟ (୪)

ପ୍ରେମର କବିତା   ଯେ ବୁଝିଛି ଥରେ

     ସେପାଇଛି ତାର ମଜା 

ନ ବୁଝି ପାରିଲେ    ପ୍ରେମ ର ଭାଷା କୁ 

    ଜୀବନ ପାଲଟେ ସଜା (୫ )


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama