STORYMIRROR

Deepa Panda

Drama

3  

Deepa Panda

Drama

ତୁମ ଅପେକ୍ଷାରେ

ତୁମ ଅପେକ୍ଷାରେ

1 min
325

   ଜୀବନର ସବୁ ଖୁସି 

                ତୁମ ଠାରେ ଆରମ୍ଭ ,

ତୁମେ ନଥିଲେ ଏଇ ମୋ ଓଠେ 

                 ହସ କାହୁଁ ଆସିବ ।

 

ରଂଗହୀନ ଇନ୍ଦ୍ରଧନୁ  

             ତୁମ ବିନା ଏ ଜୀବନ ,   

କିଏ ବା ଆସି ଭରିବ ରଙ୍ଗ 

             ରଙ୍ଗୀନ ହେବ ଏ ମନ ।   


ତୁମକୁ ଯେ ଝୁରି ଝୁରି 

              ସୁଖୁନି ଆଖିରୁ ଲୁହ ,

ତୁମକୁ ଛାଡ଼ି ନୂଆ ସପନ

             କେମିତି ଦେଖିବି କୁହ ।


ମୋ ଜୀବନେ ,ମୋ ସପନେ 

              ତୁମେ ପ୍ରତି ମୁହୂର୍ତ୍ତରେ ,

କିଏ ବା ଆସି ଢାଳିିବ ପାଣି 

               ଏ ମନ ମରୁଭୂମିରେ ।


ତୁମ ପ୍ରେମ, ତୁମ ସ୍ମୃତି 

               ରଖିଛି ମୁଁ ସାଇତି ,

ଏଇ ଜୀବନ ଯିବ ମୋ ଚାଲି 

               ତୁମ ପ୍ରୀତି ସାଉଁଟି ।


ବେସୁରା ଏ ଜୀବନ ମୋ 

              ସୁରିଲା ବି ଦିନେ ହେବ ,

ଅନ୍ଧାରକୁ କାଟି ପୁଣି 

              ଚନ୍ଦ୍ରମା ଉଇଁ ଆସିବ ।


ମନେ ମୋର ଆଶା ଭରି 

               ରହିଛି ଚାତକ ପରି ,

ତୁମେ ଫେରିବ , ବିଶ୍ଵାସ ଅଛି 

               ସପନ ମୋ ସତ କରି ।।



Rate this content
Log in

Similar oriya poem from Drama