ଏକ ଅଭୁଲା ରାତି
ଏକ ଅଭୁଲା ରାତି


ତାରା ଭରା ରାତି , ଅତୀତର ସ୍ମୃତି
ମୃଦୁ ମଳୟର ସ୍ପର୍ଶ ।
ଜାଣିପାରେ ନାହିଁ, କେଉଁ ସମୟ ଏ
କେଉଁ ବର୍ଷ , କେଉଁ ମାସ ।।
ଏ ନୀଳ ଗଗନ, ବ୍ୟାକୁଳିତ ମନ
ମନେ ଚିନ୍ତା ଅସୁମାରି ।
ତୁମେ ମୋ ଅତୀତ, ତୁମେ ମୋ ଭବିଷ୍ୟ
ପାରିବି କିପରି ଭୁଲି ।।
ଏକା ଏକା ବସି, ତାରା ଗଣିବାର
ବୃୃଥା ଚେଷ୍ଟା ପରା କରେ ।
ଏ ସମୟ ଦିନେ ,ଚାଲିଯିବ ବୋଲି
ମନେ ମୋର ଆଶା ଭରେ ।।
ଜ
ୀବନର ଏହି , କଣ୍ଟକିତ ପଥ
କୁସୁମିତ ହେବ କେବେ ।
ଏ ମରୁଭୂମିରେ ,ବରଷିବ ମେଘ
ଜୀବନ ପାଇବି ସେବେ ।।
କ୍ଷଣସ୍ଥାୟୀ ପରା , ଏହି ସୁୁଖ ସବୁ
ଆଜି ଅଛି କାଲି ନାହିଁ ।
ଜୀବନ ଯୁଦ୍ଧରେ , ଅନେକ ସଂଘର୍ଷ
କେବେ ଖରା , କେବେ ଛାଇ ।।
ଏ ଜୀବନ ଏକ, ରଙ୍ଗମଞ୍ଚ ପରି
ଚାଲେ ମିଛ ଅଭିନୟ ।
କିିଏ ଜାଣେ ପରା , କେଉଁ ମୁହୂର୍ତ୍ତରେ
ସରିଯିବ କା ସମୟ ।।