ମନ ଖୋଜେ ତାଙ୍କୁ
ମନ ଖୋଜେ ତାଙ୍କୁ


ତୁମେ ଆସ ଭାବନାରେ,ଆସ ପୁଣି ସପନରେ ।
ଧରା ଦିଅ ନାହିଁ ପରା ଚାଲିଯାଅ ନୀରବରେ ।।
ନୀରବତା ଦୁଃଖ ଦିଏ,ଲୁହ ସିନା ଆଣିଦିଏ ।
ଅଧୁରା ସପନ ପୁରା କରିବାକୁ ଇଚ୍ଛା ହୁଏ ।।
କେବେ କେବେ ଜୀବନରେ ,ଖୁସି ନେଇ ଆସିଥିଲ ।
ସାଥୀଟିଏ ହୋଇ ମତେ ବଞ୍ଚିବାର ରାହା ଦେଲ ।।
କେବେ ହାତ ଛାଡିଦେଲ, ଦୂର ଦେଶେ ଚାଲିଗଲ ।
ତୁମେ ସିନା ଚାଲିଗଲ ସ୍ମୃତି ତୁମ ଛାଡିଗଲ ।।
ସେଇ ସ୍ମୃତି ମୋ ହୃଦୟେ ,ଆଜି ବି ଅମର ।
ତୁମ ବିନା ଜୀବନଟା ଲାଗେ ଯେ ଅନ୍ଧାର ।।
ଅନ୍ଧାର ଭିତରେ ପ୍ରିୟ ,ଦୀପଶିଖା ଥିଲା ।
ଜାଣେ ନାହିଁ କେଉଁ ଝଡ଼ ଲିଭେଇ ଯେ ଦେଲା ।।
ଜୀବନରେ କେବେ ଥରେ, ଅତୀତକୁ ଦେଖ ।
ତୁମ ନାମ ମୋ ହୃଦୟେ ଆଜି ବି ଜୀବନ୍ତ ।।
ଆଖିରେ ଆଖିଏ ଲୁହ, ମନରେ ବି କୋହ ।
ଏ ଦୂରତା କେତେ ଦିନ ଉତ୍ତର ଯେ ଦିଅ ।।
ବଞ୍ଚିଛି ମୁଁ ହେଲେ ମୋର, ଜଳୁଛି ଯେ ଜୁଇ ।
କେମିତି କରିବି ପାରି ଜୀବନର ନଇ ।।
କରିଛି ଯେ ପ୍ରତିକ୍ଷା, ରଖିଛି ବି ଆଶା ।
କେବେ ତ ଫେରିବେ ବୋଲି ରଖିଛି ଭରସା ।।