ତୁମେ ମୋ କବିତା
ତୁମେ ମୋ କବିତା
ଆଖିରେ ସପନ ସପନରେ ଜହ୍ନ
ଜହ୍ନରେ ବସିଛ ତୁମେ
ମୋ ପ୍ରେମର ସବୁ ପ୍ରୀତି ପାଖୁଡ଼ାରେ
ଆଜିବି ତୁମେ ହିଁ ତୁମେ (୧)
ତୁମେ ମୋ କବିତା ପ୍ରୀତିର ବଳିତା
ଜୀବନ ଦୀପରେ ମୋର
ଲେଖୁଛି ଲେଖିବି ତୁମ ପାଇଁ ସାଥି
ତୁମେ ମୋ ଭାଷା ସଂଭାର (୨ )
ଏକା ଏକା ବସି ମନକୁ ବୁଝାଏ
ହେଲେ ମୁଁ ଭୁଲି ନପାରେ
ଜାଣିଚି କେବେବି ଫେରିବନି ତୁମେ
ମୋ ପାଖକୁ ଆଉ ଥରେ (୩)
ଆଜିବି ରହିଛି ତୁମ ପାଦ ଚିହ୍ନ
ମୋ ମନ ବେଳା ଭୂମିରେ
ଭାବୁଛି ଫେରିବ ମୋର ଦୁନିଆଁରେ
ସାଥି ତୁମେ ଆଉଥରେ (୪ )
