STORYMIRROR

kamal kumar dash

Drama Others

3  

kamal kumar dash

Drama Others

ତୁମେ ମୋ କବିତା

ତୁମେ ମୋ କବିତା

1 min
244

 

ଆଖିରେ ସପନ ସପନରେ ଜହ୍ନ 

    ଜହ୍ନରେ ବସିଛ ତୁମେ 

ମୋ ପ୍ରେମର ସବୁ ପ୍ରୀତି ପାଖୁଡ଼ାରେ 

     ଆଜିବି ତୁମେ ହିଁ ତୁମେ (୧)

ତୁମେ ମୋ କବିତା ପ୍ରୀତିର ବଳିତା 

     ଜୀବନ ଦୀପରେ ମୋର 

ଲେଖୁଛି ଲେଖିବି ତୁମ ପାଇଁ ସାଥି 

     ତୁମେ ମୋ ଭାଷା ସଂଭାର (୨ )

ଏକା ଏକା ବସି ମନକୁ ବୁଝାଏ 

    ହେଲେ ମୁଁ ଭୁଲି ନପାରେ   

ଜାଣିଚି କେବେବି ଫେରିବନି ତୁମେ 

     ମୋ ପାଖକୁ ଆଉ ଥରେ (୩)

ଆଜିବି ରହିଛି ତୁମ ପାଦ ଚିହ୍ନ 

   ମୋ ମନ ବେଳା ଭୂମିରେ 

ଭାବୁଛି ଫେରିବ ମୋର ଦୁନିଆଁରେ 

    ସାଥି ତୁମେ ଆଉଥରେ (୪ )


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama