STORYMIRROR

ବି. ନିରୁପମା

Drama Action

3  

ବି. ନିରୁପମା

Drama Action

ହୋଇବେ ସୁଗୁଣା ଅତି

ହୋଇବେ ସୁଗୁଣା ଅତି

1 min
232


   

ପିଲାଦିନୁ 'ସ୍ନେହା' ଭାରି ସୁକୁମାରି

ମାଛିକୁ କହେନି ମଅଁ,

ପାଠଶାଠରେ ବି ଭାରି ଧୁରନ୍ଧର

କେହି ଜିଣିବେନି ହଅଁ ।


ଆବଶ୍ୟକ ହେଲେ ଘର କାମରେ ସେ

ମାଆକୁ ସାହାଯ୍ୟ କରେ,

ବାହାରକୁ ବାପା ଗଲାବେଳେ ତାଙ୍କ

ଚିଜ ଦିଏ ଆଗ୍ରହରେ ।


ଯେଡ଼ିକି ସୁନ୍ଦର ରୂପଟି ତାହାର

ସେଡ଼ିକି ସୁନ୍ଦର ମନ,

ଗୁରୁଜନେ ଭକ୍ତି ଲଘୁଙ୍କୁ ସେନେହ

ଦିଅଇ ସେ ଯଥାମାନ୍ୟ ।


ଉଚ୍ଚଶିକ୍ଷା ବେଳେ ଅର୍ଥାଭାବ ଯୋଗୁଁ

ପିଲା ଟିଉସନ କରି,

ଆଗେଇ ଚାଲିଲା ହାର ନ ମାନିକି

ଅଧ୍ୟୟନ ଦେଲା ସାରି ।


ପରେ ହୋଇ ଏକ ଶିକ୍ଷୟିତ୍ରୀ ସେ ତ

ଛାତ୍ରଙ୍କୁ ଯେ ଶିକ୍ଷା ଦିଏ,

ଠିକ ସମୟରେ ଠିକ କାମ କରେ

ଖୁଣି ପାରିବେନି କିଏ ।


ଏବେ ନୂଆ ନୂଆ ବାହାଘର ତା'ର

ଶାଶୁଘରେ ସୁନାବୋହୂ,

ଶାଶୁ କହୁଛନ୍ତି-"ବୋହୂଟି ମୋ ଝିଅ

କଥାରୁ ଝରେ ତା' ମହୁ ।


ସବୁ ସଣ୍ଠଣା ସେ ଶିଖିଛି ମାଆଠୁଁ

କେହି ପାରିବନି ଖୁଣି,

ପାଠୋଇ ଯେମିତି, ଗୁଣବି ସେମିତି

ସିଏ ମୋ ନୟନମଣି ।"


ସ୍ନେହାଙ୍ଗିନୀ ଭଳି ଅନ୍ୟ ନାରୀ ଯଦି

ହୋଇବେ ସୁଗୁଣା ଅତି,

ଅନ୍ୟମାନଙ୍କର ସ୍ନେହ, ଶ୍ରଦ୍ଧା ପାଇ

ଦିନ ତାଙ୍କ ଯିବ ବିତି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama