ଭକ୍ତି ଉପହାର
ଭକ୍ତି ଉପହାର
ସୂର୍ଯ୍ୟାସ୍ତର ଶୋଭା ପରିପୂର୍ଣ୍ଣ ବିଭା
ବିରାଜେ ନଭ ମଣ୍ଡଳେ
ଲୋହିତ ଆଭାରେ ନଭ ଲାଲୀମାରେ
ବର୍ଣର ବିଭା ଉଛୁଳେ ।
ଏମନ୍ତ ବେଳରେ କିଏ ପଞ୍ଜୁରୀରେ
ପଢା ଶୁକ ଟିଏ ଧରି
ଚାଲି ଥାଏ ଜଣେ ଆନନ୍ଦିତ ମନେ
ଶୁଆ ଛାଡ଼ୁ ଥାଏ ରଡି ।
ରାମ ରାମ ରାବେ ମୁଖରେ ସରବେ
ବନ ପଥ ପରିବେଶ
କିଏ ଜାଣେ ସିଏ କେଉଁଠାକୁ ନିଏ
ଶେଷ ରେ ହେଲା ପ୍ରବେଶ ।
ନିମ୍ନଗା ପୁଳିନେ ମନୋହର ସ୍ଥାନେ
ବିସ୍ତୀର୍ଣ୍ଣ ବନ୍ୟ ପ୍ରାନ୍ତରେ
ପଞ୍ଜୁରୀ ଥୋଇ ସେ ଚାହିଁ ନଭ ଦେଶେ
ସୂର୍ଯ୍ୟଙ୍କୁ ପ୍ରଣାମ କରେ ।
ନମସ୍ତେ ଭସ୍ୱାନ ଭାନୁ ବିବସ୍ୱାନ
ଘେନ ମୋର ନମସ୍କାର
ଭକ୍ତି ପୂତ ପ୍ରାଣେ ସନ୍ଧ୍ୟାର୍ଘ୍ୟ ଅର୍ପଣେ
ରତ ମୁଁ ତବ ପୟର ।
କରୁ ଅଛି ଏବେ ତାପରେ ନୀରବେ
ପ୍ରାର୍ଥନା କରି ସୁର୍ଯ୍ୟ ଙ୍କୁ
କହେ ମନେ ମନେ ଜଣା ନୁହେଁ ଆନେ
ଜଣା ଇଲା ସବିତାଙ୍କୁ ।
ପରବର୍ତ୍ତୀ କାଳେ ମନ କୌତୁହଳେ
ପଞ୍ଜୁରୀ ଖୋଲି ବାହାର
କରି ସେ ଶୁଆକୁ ଅରପିଲା ତାଙ୍କୁ
ଘେନ ଭକ୍ତି ଉପହାର ।