STORYMIRROR

Prahallad Sahoo

Drama Action Classics

4  

Prahallad Sahoo

Drama Action Classics

ଜୀବନର ପ୍ରଥମ ତିନୋଟି ସୋପାନ

ଜୀବନର ପ୍ରଥମ ତିନୋଟି ସୋପାନ

1 min
220

ବର୍ତ୍ତମାନ ସବୁଠାରୁ ମୂଲ୍ଯବାନ 

ଅତୀତକୁ ବର୍ତ୍ତମାନରେ ଖୋଜି

ଭବିଷ୍ୟତକୁ ଅନ୍ଧକାର କରିବାରେ

କି ଅବା ଅଛି ପ୍ରୟୋଜନ?


ଶିଶୁ

ଶୂନ୍ଯ ପିଣ୍ଡୁଳାଟାଏ,

ତା ମଧ୍ୟେ ଭରିଦେଲେ ଜୀବନ ଶୂନ୍ୟବ୍ରହ୍ମ

ମାଟି ଛୁଁ ଛୁଁ କ୍ରମ ବର୍ଦ୍ଧିଷ୍ଣୁ ରିତିରେ

ଆକାର ପରିବର୍ତ୍ତନ,

କୁଆଁ କୁଆଁ କ୍ରନ୍ଦନର ସ୍ବର,

ଖୁସିର ହିଲ୍ଲୋଳରେ

ଆତ୍ମହରା ଆତ୍ମୀୟସ୍ବଜନ।

ଶିଶୁ ପ୍ରାଣ, ଅଜ୍ଞାନ ତା ମନ

ହସ ଖୁସିରେ ବିତିଯାଏ ଦିନ।।


ବାଳକ

କାନ୍ଧରେ ବେଗ-ଭରା ପୁସ୍ତକ

ମନରେ ଉତ୍ସାହ ଏବଂ ଚଞ୍ଚଳ

କିଛି ପଢି ଲେଖି ବଡ ହେବାର ସ୍ବପ୍ନ

ପିତା ମାତାଙ୍କ ସ୍ବପ୍ନ କୁ ସାକାର କରିବାର ଦିନ

ଏମିତି କେତେବେଳେ କଟିଯାଏ ସେ ସମୟ

ସାଙ୍ଗ ସାଥି ମେଳେ ବହୁତ ଭଲ ଥିଲା ସେ ଦିନ।।


ଯୌବନ

ଏ ସମୟଟା ବଡ ବିଚିତ୍ର

ଅଦ୍ଭୁତ ଲାଗେ ଏକ ନୂଆ ସମ୍ଭାବନାର ସକାଳ

ମନ ଚଳ ଚଞ୍ଚଳ, ହୃଦୟର ସ୍ପନ୍ଦନ ବି

ଶରୀରର ଦେଖାଦିଏ ଅଲୌକିକ ଆଲୋଡନ

ମାଆ ବାପ ଠାରୁ ଶିକ୍ଷକ ଯାଏ ସମସ୍ତଙ୍କର ତାଗିଦ

"ପଢ ଲୋ ବେଟା, ୟହ ସମୟ କଭି ନେହିଁ ଆୟେଗି"।

କେରିୟର ବନେଇବାର ଦୁର୍ବାର ଇଛା

ଥରେ ପାଦ ଖସିଗଲେ, ପାଏନା ଥଳକୂଳ

ଏ ବୟସରେ ସବୁକିଛି ଅଣାୟତ ।


ଆଉ କେବେ ସେ ବିଗତ ସମୟ ଫେରି ଆସେନାହିଁ

ଅବସ୍ଥା ଚକ୍ରରେ ତିନି ପାଦ ଆଗକୁ ଆଗେଇ ଆସିଛେ

ଅସ୍ଥିର ମନର ଆଲୋଡନ ସୀମାହୀନ ଦିଗବଳୟ ପରି

ସମୟର ସାଥେ ଲଗାମ ଲଗେଇବା ଯାହା ଖାଲି ବାକି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama