STORYMIRROR

Kabiratna Nutan Kumar Behera

Drama Classics Inspirational

4  

Kabiratna Nutan Kumar Behera

Drama Classics Inspirational

ବାହୁଡି଼ବେ ମୋ କାଳିଆ ସୁନା

ବାହୁଡି଼ବେ ମୋ କାଳିଆ ସୁନା

1 min
257

ଗହଳ ଚହଳ ନାହିଁ ଶ୍ରୀମନ୍ଦିର

          ଭଲ ଲାଗୁନି ପ୍ରଭୁଙ୍କ ବିନା,

ରତ୍ନ ସିଂହାସନ ଦିଶୁନି ସୁନ୍ଦର

      ମନ ଆନମନା ହୃଦୟ ବୁଝେନା,

ଶୁଣି ଭକ୍ତିଭରା ଆକୁଳ ପ୍ରାର୍ଥନା

        ବାହୁଡି଼ବେ ମୋ କାଳିଆ ସୁନା ।


ରଥଯାତ୍ରା କରି ବଡ଼ଦାଣ୍ଡେ ଦାଣ୍ଡେ

         ଯାଇଥିଲେ ପ୍ରଭୁ ଜଗନ୍ନାଥେ,

ଭାଇ ବଳଭଦ୍ର ଭଉଣୀ ସୁଭଦ୍ରା

        ଥିଲେ ତ ମହାପ୍ରଭୁଙ୍କ ସାଥେ,

ମାଉସୀ ମାଆ ଘରେ ରହିଲେ ଯାଇ

       ଆଶିଷ ଲଭିଲେ ଯେ ଅନାଥେ।


ଦରଶନ ଦେବା ଲାଗି ସର୍ବଜନେ

          ଆସିଥିଲେ ଶ୍ରୀମନ୍ଦିର ଛାଡି଼,

ଦେଖି ପବିତ୍ର ହେଲା ଦୁଇ ନୟନ

        ଆନନ୍ଦେ ଗଡେ ଜୀବନ ଗାଡି଼,

ତିନି ଠାକୁରଙ୍କ ଆଶୀର୍ବାଦ ନେଇ

         ଘର ସଂସାର ଦେବା ସଜାଡି଼।


ନଅଦିନେ ହୁଏ ବାହୁଡା଼ ବିଜୟ

        ଫେରିବେ ପ୍ରଭୁ ଶ୍ରୀଜଗନ୍ନାଥ, 

ଶ୍ରୀମନ୍ଦିରେ କରି ଲକ୍ଷୀ ଦେବୀ ରୋଷ

           ଓଗାଳିଛନ୍ତି ତାଙ୍କରି ପଥ,

ଭାବ ବିନୋଦିଆ ଭାବର ଠାକୁର

         ଅନାଥ ଜନଙ୍କର ସେ ନାଥ।

    

କୃପାସିନ୍ଧୁଙ୍କର କୃପା ଯେ ଅପାର

           ଭକ୍ତଜନଙ୍କର ଲାଗି ସଦା,

କରୁଣା ତାଙ୍କର ସବୁରି ପାଇଁ ତ

         ଖାଲି ହାତେ କରନ୍ତିନି ବିଦା,

ଭକ୍ତ ମନୋବାଞ୍ଛା କରିଥାନ୍ତି ପୂର୍ଣ୍ଣ

           ହଟାଇ ଅଜ୍ଞାନର ପରଦା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama