STORYMIRROR

Pranati Panda

Drama

4  

Pranati Panda

Drama

ପରକୀୟା ପ୍ରୀତି

ପରକୀୟା ପ୍ରୀତି

1 min
413

ଆଜିକାଲି ସବୁ ମୋହିନୀ ରୂପସୀ

ଚାରିଆଡ଼େ ବ୍ୟାପିଲେଣି ,

ପୁରୁଷ ମାନଙ୍କୁ ଆକର୍ଷିତ କରି

ରୂପକୁ ବିକି ଦେଲେଣି ।


ସରି ଯାଉଥିବା ଅଧା ବୟସକୁ

ଉପଭୋଗ କରିବାକୁ ,

ଗଦା ଗଦା ଫଟୋ ଉଠେଇ ଦେଇକି

ପଠାନ୍ତି ପର ନରକୁ ।


ଉପରେ ତାଙ୍କର ଗୋଟିଏ ରୂପକୁ

ଭିତରେ ଗୋଟିଏ ରୂପ ,

ମୁଖପତ୍ରେ ୟାଙ୍କ ନିର୍ମଳ ଛବିକୁ

ୱାଟ୍ସ୍ ଆପ୍ ଖୋଜେ ଭୋକ ।


କେତେ ରଙ୍ଗ ଢଙ୍ଗ ଫଟୋକୁ ପଠାନ୍ତି

ଲୋଭେଇବା ମତି ରଖି ,

ରାତି ରାତି ବସି ଚାଟ୍ କରିଥାନ୍ତି

ପର ପୁରୁଷ ପରଖି ।


ଭାବ, ଭକ୍ତି ୟାଙ୍କ ଦେଖିବ କଅଣ

ଲେଖନୀରେ ଝରିଯାଏ ,

ପର ପୁରୁଷରେ ରଖନ୍ତି ମତିକୁ

ସ୍ୱାମୀକୁ ପଚାରେ କିଏ।


ପୁରୁଷବି କିଛି ପଛରେ ନାହାନ୍ତି

ସୁଯୋଗକୁ ଉଣ୍ଡିଥାନ୍ତି,

ଉପରେ ପଡ଼ନ୍ତି ଯେଉଁ ନାରୀ ଆସି

ତାକୁ ନେଇ ଖେଳିଥାନ୍ତି ।


ମୋବାଇଲ୍ ଯୁଗେ ଗୁପତ ପେରମ 

ବଢ଼ି ଚଢ଼ି ଆଗୋଉଛି,

ଭାଡୁଆ ,ଭାଡେଇ ରସିକ ପ୍ରେମରେ

କେତେ ଘର ଉଜୁଡ଼ୁଛି ।


ଭାଡେଇଙ୍କର ତ ନିଜ ସ୍ଵାମୀ ପ୍ରତି

ନଥାଏ ଶରଧା ଭାବ ,

ଭାଡୁଆଙ୍କର ବି ପର ଆସକ୍ତିରେ

ସ୍ତିରୀ ଲାଗେ ବିଷ କୁମ୍ଭ ।


ଏଭଳି ଚରିତ୍ର ପୁରୁଷ ଓ ନାରୀ

ସମାଜର ତ କଳଙ୍କ ,

ସୁଖର ସଂସାର ଭାଙ୍ଗିବା ପାଇଁକି

ମାରିଥାନ୍ତି ବିଷ ଡଙ୍କ ।


 ଦୁଶ୍ଚରିତ୍ରା , ଦୁଶ୍ଚରିତ୍ର ଙ୍କର ପାଇଁ

କେତେ ଘର ଉଜୁଡୁଛି ,

କେତେ ମନ ଭାଙ୍ଗି ଅଲଗା ହେଉଛି

କିଏ ହିସାବ ରଖୁଛି ।


ଖସଡ଼ା ବୟସ ଅୟାସେ ଲୁଟୁଛି

ନାହିଁ ଜ୍ଞାନ ଧ୍ୟାନ ଶକ୍ତି ,

ପରକୀୟା ପ୍ରୀତି ଛଳନା ମୁଖାରେ

ଉପରେ ଦେଖାନ୍ତି ଭକ୍ତି ।


ନିରୀହ ମନର ତତଲା ଲୁହରେ

କେତେ ନର, ନାରୀ କାନ୍ଦେ,

ଖୁସିରେ ନାଚନ୍ତି କୁସଂସ୍କାରି ଦଳ

କେ ଭାଗ୍ୟକୁ ବସି ନିନ୍ଦେ ।


ଆଧୁନିକତାର ନଗ୍ନ ସ୍ଥିତି ପାଇଁ

ଆଜି ସରକାର ଦାୟୀ ,

ପରକୀୟା ପ୍ରୀତି ଅନୁମତି ଦିଏ

କେବଳ ଭୋଟକୁ ଧ୍ୟାୟୀ ।


ଆଜିର ସମାଜ କେତେ କଳୁଷିତ

ଆଧୁନିକତାରେ ମଜ୍ଜି ,

କାହା ଦୋଷ ଦେବା କିଏ ଦୋଷୀ ଏଠି

ଭ୍ରଷ୍ଟ ସରକାର ଗାଦ୍ଦି ।     


Rate this content
Log in

Similar oriya poem from Drama