Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Drama Tragedy Action

4  

Bharatabandhu Biswal

Drama Tragedy Action

ଜୀବନ ଏକ ରଙ୍ଗମଞ୍ଚ

ଜୀବନ ଏକ ରଙ୍ଗମଞ୍ଚ

1 min
316



ଶିଖିବାକୁ ହୁଏ    ଜୀବନର କଳା

     ବଞ୍ଚିବା ନାମ ଜୀବନ

ଅଭିନୟ ଛାଡି    ବଞ୍ଚିହୁଏ ନାହିଁ

    ଗ୍ରାସଇ କାଳ ମରଣ ।


ମାତା ପିତା ପୁତ୍ର  କନ୍ୟା ଦାରା ପତି

     ଭଗିନୀ ବନ୍ଧୁ ସୋଦର

ନାଟକରେ ଥାଏ    ଭୂମିକା ବିଭିନ୍ନ

      ଚରିତ୍ର ମହାନ ଖଳ ।


ସମୟ ପ୍ରବାହେ   ଉଠଇ ପରଦା

    ବାଜେ ବାଦ୍ୟ ମାଙ୍ଗଳିକ

ନାଲି ଟୁକୁଟୁକୁ   ଶିଶୁ ଓଠେ ହସ

    ଆଲୋକ ଆଶା ଝଲକ ।


ଖେଳେ ଲୁଚକାଳି  ଆଶା ଅସୁମାରୀ

    ଘାରେ ମାୟା ମରିଚୀକା

ନିରାଶ ଅନ୍ଧାର    ତପ୍ତ ମରୁବାଲି

   ଆସଇ ଜୁଆର ଭଟ୍ଟା ।


ଜୀବନ ସ°ଗ୍ରାମ  ଚାଲେ ଅବିରାମ

    ପରାଜୟ କେବେ ଜୟ

ଆଗକୁ ପଛକୁ    ଧା°ଏ ଉଠିପଡି

     ଯାତ୍ରା ହୁଏ ଅହରହ ।


ଜନ୍ମରୁ କୈଶୋର   ନବ ଯଉବନ

    ଗ୍ରାହସ୍ଥ ପ୍ରୈ।ଢ଼ ବାର୍ଦ୍ଧକ୍ୟ

ଅଭିନୀତ ହୁଏ   ପ୍ରତି ଅଙ୍କ ଦୃଶ୍ୟ

    ଶେଷେ ଯବନିକା ପାତ ।


ସ°ସାର ବିଷୟ   ନିଷ୍ଠୁର ମଧୁର

   କେବେ ବୀରରସ ଶୈ।ର୍ଯ୍ୟ

ରଙ୍ଗ ମଞ୍ଚ ଏକ   ମଣିଷ ଜୀବନ

     କାରୁଣିକ ଅତ୍ୟାଶ୍ଚର୍ଯ୍ୟ ।

      


Rate this content
Log in

Similar oriya poem from Drama