ଜୀବନ ନଦୀର ତୀରେ
ଜୀବନ ନଦୀର ତୀରେ
ଜୀବନ ଏକ ନଦୀ ତୀରରେ ଦୁଃଖ ସୁଖ
କେତେ ଝଡ଼ ଝଞ୍ଜା ପୁଣି ସ୍ୱର୍ଗ ପରି ସୁଖ ।
ସ୍ନେହ ମମତା ପ୍ରୀତି ଭରା ଜୀବନ ତରୀ
ବାନ୍ଧି ରଖି ତାକୁ ବୁଣିବା ସ୍ବପ୍ନ ଅସୁମାରୀ ।
ଜୀବନ ନଦୀର ତୀରେ ଢେଉ ସାଜି ଆଶା
ବନ୍ଧୁ ସହଦୋର ସଖା ମଧ୍ୟେ ନହୋଇ ନିରାଶା ।
ଜୀବନ ନଦୀର ତୀରେ କପୋତ କପୋତୀ
ଛନ୍ଦେ ମନ୍ଦେ ଗନ୍ଧେ ନୀଡ଼ ସଜାଡୁଥାଆନ୍ତି ।
ଜୀବନ ନଦୀର ତୀରେ କେତେ ଯେ ନାଉରୀ
ସତ୍ୟ ଶାନ୍ତି ପ୍ରୀତି ମେୟିତ୍ରୀ ଧ୍ବଜା ପ୍ରସାରୀ ।
କେବେ ଝୁଣ୍ଟି ରକ୍ତାକ୍ତ କେବେ ଗଢି କୋଣାର୍କ
କେବେ ଵି ଆସକ୍ତ କେବେ ନିରାସକ୍ତ ଅନାସକ୍ତ ।
ଜୀବନ ନଦୀର ତୀରେ ଫଳନ୍
ତି ବୃକ୍ଷରାଜି
ସାହା ଆହା ରାହା ହୋଇ ଫଳ ଫୁଲ ଭାରେ ଭାଜି ।
ଜୀବନ ନଦୀର ତୀରେ ଅନେକ କଳ୍ପନା କାହାଣୀ
କିଏ ବୁଣେ ସାରସ୍ୱତ ଗୀତ କବିତା ସାରଣୀ ।
ଜୀବନ ନଦୀର ତୀରେ ତାରା ଫୁଲ ପେନ୍ଥା ପେନ୍ଥା
ପୁରୁଷ ନାରୀ ପରିପୂରକରେ ସଂସାର ମାଳ ଗୁନ୍ଥା ।
ଜୀବନ ନଦୀର ତୀରେ ଅସରନ୍ତି ଆବେଗ ଉତ୍ସାହ
ସତ୍ୟ ଧର୍ମ ନ୍ୟାୟ ଶାନ୍ତି ରେ ବଢୁଥାଉ ସବୁରି ଆଗ୍ରହ ।
ଓଁ ପରବ୍ରହ୍ମ ନାମ ଧ୍ୟାୟି ଜୀବନ ନଦୀ ତୀରେ
କର୍ତ୍ତବ୍ୟ କର୍ମ କୁ ଆୟୁଧ କରି ସ୍ବପ୍ନ କୁ ସାକାରେ ।
ସେ ନଦୀର ଗଭୀରତା କଳିବାକୁ ଧର୍ଯ୍ୟ ସାହସ ଶକ୍ତି ରଖି
ଆଗେଇବା ଆଗଭରେ ଜୀବନ ନଦୀ ତୀରେ ଓଁ ଶାନ୍ତି ଲେଖି ।