Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Biswajita Baral

Drama Romance Inspirational

4.5  

Biswajita Baral

Drama Romance Inspirational

ଅଜବ ସମ୍ପର୍କ

ଅଜବ ସମ୍ପର୍କ

1 min
671


ବଡ଼ ଅଜବ ଆମର ଏ ସମ୍ପର୍କ

କେତେ ରାଗରୁଷା ମାନଅଭିମାନ

ଯିଏ ଯାହା କହିଲେ କହୁ

ଆମର କ'ଣ ଆସେ ଯାଏ।


ତୋ ମୋ ଭିତରେ ତ

ଏମିତି ଚାଲିଥିବ

ଏଇଟା କୋଉ ନୂଆ କଥା ଯେ,

ଇଏତ ନିତିଦିନିଆ

ସମୟ ସାରଣୀ ହୋଇଗଲାଣି ।


ଦେଖ ତ !

ସମସ୍ତ ଙ୍କ ଠାରୁ 

ନିଆରା ଆଉ ସ୍ବତନ୍ତ୍ର

ଆମର ଏ ସଂପର୍କ ।


କେବେ ପ୍ରେମିକା ସାଜି

ବକ୍ଷକୁ ଜାବୁଡ଼ି ଧରି

ପ୍ରୀତିର ରଙ୍ଗରେ

ରଙ୍ଗେଇ ଦେଉଛ ।


ମାଆ ଭଳି ପୁଣି ଭଲପାଇ

ପେଟକୁ ଆଉଁସି

ନାନାଦି ବ୍ୟଞ୍ଜନରେ

ଭରପୁର ଆହାର ଦେଉଛ।


ଭଉଣୀ ପରି କେବେ

ସବୁ ରାଗରୁଷା ଭୁଲି

ବିପଦ ଆପଦର

ସାଜିଛ ରକ୍ଷା କବଚ ।


ସାଙ୍ଗଟିଏ ହୋଇ

କେତେ ଭଲମନ୍ଦ

ସୁଖଦୁଃଖ ବୁଝି

ବୁଝେଇ ପାରିଛ ।


କିଏ କେତେ କଥା କହୁଛି

ତୋ ନାଆରେ

କାଇଁ କେବେ ତ ମୁଁ

କିଛି ବ୍ୟତିକ୍ରମ ଦେଖୁନି

ମୋ ପ୍ରତି ତୁମ ପ୍ରେମରେ ।।



Rate this content
Log in

Similar oriya poem from Drama