ବୟସର ବାସ୍ନା
ବୟସର ବାସ୍ନା
ବୟସର ବାସ୍ନା କେବେ କୃଷ୍ଣଚୂଡ଼ା
ଦିଏ ନାହିଁ କେବେ ଜମା ପତ୍ରଝଡ଼ା
ବୟସର ବାସ୍ନା ଯେବେ ଗୋଲାପୀ
ଚାଲି ବୋଲି କଥା ତାର ଭାରି ନହୁଲି
ବୟସର ବାସ୍ନା ଯେବେ ନାରଙ୍ଗୀ ନାରଙ୍ଗୀ
ଚମକେ ଚମତ୍କାରେ କାନ ଝୁମୁକା ପାଦ ପାଉଁଜି
ବୟସର ବାସ୍ନା ଯେବେ ବାଇଗଣି
ପଇସା ନିଅ ଗଣି ପାଣି ଵି ପିଅ ଛାଣି
ବୟସର ବାସ୍ନା ଯେବେ ଘନନୀଳ
ସବୁ ଋତୁ ଜହ୍ନ ଲାଗେ ସୁକୋମଳ
ବୟସର ବାସ୍ନା ଯେବେ ନୀଳ ନୀଳ
ହସୁଥାଏ ପ୍ରିତୀ ମାଖି ସୁନେଲି ସକାଳ
ବୟସର ବାସ୍ନା ଯେବେ ସବୁଜ ସବୁଜ
ଓଁ ପରଂବ୍ରହ୍ମ ଚତୁର୍ଦ୍ଧା ହରି ଭଜ ଭଜ
ବୟସର ବାସ୍ନା ଯେବେ ହଳଦିଆ
ମନ ମୁନ ପ୍ରାଣ ଜୀବନ ହୁଏ ଅଦିନିଆ
ବୟସର ବାସ୍ନା ଯେବେ ନାଲି ନାଲି
ମନ ଯୌବନ ହୁଏ ମତୁଆଲି ଖାଲି
ବୟସର ବାସ୍ନା ଯେବେ ମାଆ ପଣତେ ବନ୍ଧା
ଲାଗେ ଦୁନିଆଟା ଗୋଡ଼ ତଳେ ଛନ୍ଦା ବନ୍ଧା
ବୟସର ବାସ୍ନା ଯେବେ ହୁଏ ଧଳା କାଗଜ ପରି
ପ୍ରେମଫୁଲ ବାଣ୍ଟି ଯିବା ପ୍ରଭୁଙ୍କୁ ଭଲ ପାଇ ଭାରି
ବୟସର ବାସ୍ନା ଆଣେ ସାତଋତୁ ଇନ୍ଦ୍ରଧନୁ ପରି
ବିଶାଖା ଲଳିତା କୁଞ୍ଜକୁ ଡାକନ୍ତି ରାଧା ଆସ ଥିରି
ବୟସର ବାସ୍ନାରେ ଅଭିମାନ ଭରା ଆଶା ଆଣି
ଦେଶ ଜାତି ପାଇଁ ଚାଲ ଯିବା କିଛି କାମ କରି l