STORYMIRROR

Sunanda Mohanty

Drama Romance Action

4  

Sunanda Mohanty

Drama Romance Action

ବୟସର ବାସ୍ନା

ବୟସର ବାସ୍ନା

1 min
371


ବୟସର ବାସ୍ନା କେବେ କୃଷ୍ଣଚୂଡ଼ା 

ଦିଏ ନାହିଁ କେବେ ଜମା ପତ୍ରଝଡ଼ା 

ବୟସର ବାସ୍ନା ଯେବେ ଗୋଲାପୀ 

ଚାଲି ବୋଲି କଥା ତାର ଭାରି ନହୁଲି 

ବୟସର ବାସ୍ନା ଯେବେ ନାରଙ୍ଗୀ ନାରଙ୍ଗୀ 

ଚମକେ ଚମତ୍କାରେ କାନ ଝୁମୁକା ପାଦ ପାଉଁଜି 

ବୟସର ବାସ୍ନା ଯେବେ ବାଇଗଣି 

ପଇସା ନିଅ ଗଣି ପାଣି ଵି ପିଅ ଛାଣି 

ବୟସର ବାସ୍ନା ଯେବେ ଘନନୀଳ 

ସବୁ ଋତୁ ଜହ୍ନ ଲାଗେ ସୁକୋମଳ 

ବୟସର ବାସ୍ନା ଯେବେ ନୀଳ ନୀଳ 

ହସୁଥାଏ ପ୍ରିତୀ ମାଖି ସୁନେଲି ସକାଳ 

ବୟସର ବାସ୍ନା ଯେବେ ସବୁଜ ସବୁଜ 

ଓଁ ପରଂବ୍ରହ୍ମ ଚତୁର୍ଦ୍ଧା ହରି ଭଜ ଭଜ 

ବୟସର ବାସ୍ନା ଯେବେ ହଳଦିଆ 

ମନ ମୁନ ପ୍ରାଣ ଜୀବନ ହୁଏ ଅଦିନିଆ 

ବୟସର ବାସ୍ନା ଯେବେ ନାଲି ନାଲି 

ମନ ଯୌବନ ହୁଏ ମତୁଆଲି ଖାଲି 

ବୟସର ବାସ୍ନା ଯେବେ ମାଆ ପଣତେ ବନ୍ଧା 

ଲାଗେ ଦୁନିଆଟା ଗୋଡ଼ ତଳେ ଛନ୍ଦା ବନ୍ଧା 

ବୟସର ବାସ୍ନା ଯେବେ ହୁଏ ଧଳା କାଗଜ ପରି 

ପ୍ରେମଫୁଲ ବାଣ୍ଟି ଯିବା ପ୍ରଭୁଙ୍କୁ ଭଲ ପାଇ ଭାରି 

ବୟସର ବାସ୍ନା ଆଣେ ସାତଋତୁ ଇନ୍ଦ୍ରଧନୁ ପରି 

ବିଶାଖା ଲଳିତା କୁଞ୍ଜକୁ ଡାକନ୍ତି ରାଧା ଆସ ଥିରି 

ବୟସର ବାସ୍ନାରେ ଅଭିମାନ ଭରା ଆଶା ଆଣି 

ଦେଶ ଜାତି ପାଇଁ ଚାଲ ଯିବା କିଛି କାମ କରି l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama