STORYMIRROR

Debabrata Mishra

Drama Tragedy Others

3  

Debabrata Mishra

Drama Tragedy Others

ମୁଁ ରାକ୍ଷସ ମୋର ବଦ୍ଧ କର

ମୁଁ ରାକ୍ଷସ ମୋର ବଦ୍ଧ କର

1 min
168


ମୁଁ ଆଧୁନିକ ମଣିଷ 

ଯନ୍ତ୍ରରେ ମୋର ଅଧିକ ବିଶ୍ବାସ

ଅର୍ଥ (ଟଙ୍କା) ମୋର ପାଲଟିଛି ନିଶ୍ୱାସ-ପ୍ରଶ୍ୱାସ

ମୋ' ଭିତରୁ ହଜିଯାଉଛି ମାନବିକତାର ଇଛା ପ୍ରୟାସ, 

ବିଜ୍ଞାନର ଅଜସ୍ର ଅଗ୍ରଗତିରେ

ସମାଜ ଏବେ ପାଲଟିଛି ମରୁଭୂମି ବିବେକର 

ପ୍ରତିଯୋଗିତା ଚାଲେ କଳାହୀନ କଳଙ୍କ ଦର୍ଶନ ପ୍ରଦର୍ଶନର

ସୀମା ଡ଼େଇଁ ଉଦ୍ୟମ ନୂତନ ସୀମା ନିର୍ଦ୍ଧାରଣର

ମୁଁ ଏବେ ପାଲଟିଯାଇଛି ରୁକ୍ଷ, ନିର୍ଦୟ, କୁତ୍ସିତ

ମୁଁ ରାକ୍ଷସ ମା' ଲୋ ମୋତେ ବଦ୍ଧ କର, 


ମୁଁ ଏବେ ଯନ୍ତ୍ରର ଦାସ

ନଦୀ ନଷ୍ଟ କରି ଜଳ କିଣିବାରେ ହତାଶ

ଜଙ୍ଗଲ ହତ୍ଯା କରି ଗଜରାଜଙ୍କୁ କରିଚାଲିଛି ବିନାଶ

ଦୂରସଞ୍ଚାରେ ପଞ୍ଚମ-ପୀଢିରେ ପ୍ରବେଶ କରୁଛି ମୋର ଦେଶ, 

ବିଳାସର ନଭଶ୍ଚୁମ୍ବୀ ଅଟ୍ଟାଳିକାରେ ଛୋଟ-ବଡ଼ ସହର

ଏବେ ମାତ୍ର ତିନି-ଜଣରେ ସୀମିତ ଆମ ପରିବାର

ପରକୀୟା ପ୍ରୀତିରେ ରୁନ୍ଧିହୁଏ କେତେ ସମାଚାର

ମଣିଷର ମନ ଦେହ ଏବେ ସମ୍ପୂର୍ଣ୍ଣ ବିକାର

ଲଗାଉଛି ଦେହେ ଦାମୀ ଅତର

ମୁଁ ଏବେ ମଶାଣି ଅହଙ୍କାରର

ମୁଁ ରାକ୍ଷସ ମା' ଲୋ ମୋତେ ବଦ୍ଧ କର, 


ମୁଁ ଏବେ କୁତ୍ରିମ ଅବୟବଟିଏ

ଆଦର୍ଶ, ନୀତି ଏଠି ପ୍ରତିଦିନ କାନ୍ଦୁଥାଏ

ଠକିବାର କୌଶଳକୁ ନର ଚତୁରତା ମଣୁଥାଏ

ଧରମକୁ ଆଖି ଠାରି ଚୋର ଏଠି ଆଖିବୁଜି ଖୀର ପିଉଥାଏ, 

ମୋ' ଭିତରୁ ହଜିଯାଉଛି ଉଦାର, ବିବେକକୁ କରି ବିଦାର

କାହାକୁ ଉତରରେ କହେ ଏ ପ୍ରଭାବ ପରା କଳିଯୁଗର

ହିଂସା, ଈର୍ଷାରେ, ଲୋଭରେ ଭାଙ୍ଗେ ସଂସାର

ସଂଖ୍ଯା ବଢିଚାଲେ ଏଠି ବିଶ୍ୱାସ ଘାତକର

କଳିଯୁଗର ଅନେକ ପ୍ରାଣେ ଅସୁର

ମୁଁ ଏବେ ରକ୍ତମୁଖା ଦେହମୁଖା

ମୁଁ ରାକ୍ଷସ ମା' ଲୋ ମୋତେ ବଦ୍ଧ କର, 


ମୁଁ ଏବେ ଆବେଗବିହୀନ ପ୍ରାଣ

ସ୍ନେହ, ଅନୁରାଗ, ଶ୍ରଦ୍ଧା, ପ୍ରେମ ନାହିଁ ଗାଏ ସମ୍ପର୍କର ଜଣାଣ

ଅନ୍ତରଆତ୍ମାରେ ଈଶ୍ବର ବି ସତେ ଆଜି ଅସହାୟ ପାଷାଣ

ଏ ସମୟର ସୁଦର୍ଶନ ଚକ୍ରେ ସବୁ ହୋଇବେ ପେଷଣ, 

ଫୁଟେ ବାଣ ବ୍ଯଭିଚାର, କପଟ, ବାହାସ୍ଫୋଟର

ଏବେ ନିରୁଦ୍ଦିଷ୍ଟ ସୂଚୀରେ ନାମ ସାଧୁତା, ସୁଗୁଣର

ସଂସାରେ ପାପର ଅଜସ୍ର ଅସଂଖ୍ଯ ଭଣ୍ଡାର

ମୁଁ ନିଜ ଧ୍ୱଂସ ପାଇଁ ସାଜିଛି ରାକ୍ଷସ

ମଣିଷ ଏବେ ଅଯୋଗ୍ୟ କ୍ଷମା ଦୟାର

ମୁଁ ରାକ୍ଷସ ମା' ଲୋ ମୋତେ ବଦ୍ଧ କର। 




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama