STORYMIRROR

Ajit Kumar Raut

Drama

3  

Ajit Kumar Raut

Drama

ପବିତ୍ର ପର୍ବ ହୋଲି

ପବିତ୍ର ପର୍ବ ହୋଲି

1 min
198


ଫଗୁଣ ମାସର ପୂର୍ଣ୍ଣିମାର ଦିନ


ହୋଲିକା ଦହନ ହୁଏ,


ହିରଣ୍ୟକଶ୍ୟପ ଅତି ଦୁରାଚାରୀ


ପ୍ରଭୂଙ୍କର ଶତ୍ରୁ ହୁଏ।୧।


ପ୍ରହ୍ଲାଦ ପୁତ୍ରଟି ପ୍ରଭୁ ଭକ୍ତ ହୁଏ


ପ୍ରଭୂ ଗୁଣଗାନ କରେ,


ଦେଖିଣ ପୁତ୍ରର ଏପରି କରଣୀ


ରାଗରେ ଗର୍ଜନ କରେ।୨।


ଭଉଣୀ ତାହାର ହୋଲିକା ନାମଟି


ବରଦାନ ପାଇ ଥାଏ,


ଅଗ୍ନିର ତେଜରେ କିଛିଟା ନହେବ


ବରଦାନ ପାଇ ଥାଏ।୩।


ଭଉଣୀକୁ କୁହେ ଚିନ୍ତା ନ କରିଣ


ଅଗ୍ନିକୁଣ୍ଡେ ନିଅ ପୁତ୍ରେ,


ଜଳିଯାଉ ପୁତ୍ର ଅଗ୍ନିର ଜ୍ବାଳାରେ


ଜାଳିଦିଅ ମୋର ପୁତ୍ରେ।୪।


ଭାଇ କଥା ମାନି ପ୍ରଚଣ୍ଡ ରାକ୍ଷସୀ


ପ୍ରହ୍ଲାଦକୁ କଳେ ନେଲା,


ଅଗ୍ନିଦେବେ ଧ୍ୟାୟୀ ଭକ୍ତିରେ ଚିନ୍ତିଣ


ଅଗ୍ନିକୁଣ୍ଡେ ଚାଲିଗଲା।୫।


କିଛିଟି ନହେଲା ସେ ଭକ୍ତ ପ୍ରହ୍ଲାଦେ


ଭଉଣୀଟି ଜଳିଗଲା,


ପ୍ରଭୁ କୄପାସିନ୍ଧୁ କୄପାଟି କରିଲେ


ହୋଲିକା ଜଳିଟି ଗଲା।୬।


ସତ୍ୟର ପର୍ବରେ ଅନ୍ୟାୟ ବିନାଶ


ପବିତ୍ର ପର୍ବଟି ଏହି,


ପବିତ୍ର ଧରୀତ୍ରି ରଙ୍ଗମୟ ହୁଏ


ରଙ୍ଗରେ ଭୂଷିତ ଦେହି।୭।


ଖୁସି ଆନ୍ଦଦରେ ପୁରୀ ଉଠେ ମହି


ରଙ୍ଗର ପର୍ବଟି ଏହି,


ହୋଲିକା ଦହନ ସରିଗଲେ ହୁଏ


ରଙ୍ଗ ବିଭୂଷଣ ଦେହି।୮।


ଆଜିଠାରୁ ଲୋକେ ସଂଘଟିତ ହେଲେ


ହୋଲିକା ଦହନ ପାଇଁ,


ସୁପଥରେ ବାଟ ଚାଲିବେ ସମସ୍ତେ


ପ୍ରହ୍ଲାଦ ହେବାର ପାଇଁ।୯।


ଫଗୁଣ ମାସର ପୂର୍ଣ୍ଣିମାର ଦିନ


ହୋଲିକା ଦହନ ହୁଏ,


ହିରଣ୍ୟକଶ୍ୟପ ଅତି ଦୁରାଚାରୀ


ପ୍ରଭୂଙ୍କର ଶତ୍ରୁ ହୁଏ।୧୦।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama