STORYMIRROR

Tapaswini DashSarangi

Abstract Drama Tragedy

3  

Tapaswini DashSarangi

Abstract Drama Tragedy

ଆଉ ଫେରିବନି ସାଥୀ

ଆଉ ଫେରିବନି ସାଥୀ

1 min
224

ସୂରୁଜ ବୁଡିଲା ସଞ୍ଜ ଲେଉଟିଲା

             ତୁମେ ଲେଉଟିଲ ନାହିଁ

ବିଦାୟ ନେଇକି ମୋର ଠାରୁ ତୁମେ

              ଚାଲିଗଲ କୁହ କାହିଁ।

କେତେ କାହା ପାଶେ ନେହୁରା ହୋଇଲି

            ଠିକଣା ଖୋଜିବା ପାଇଁ

ମୋ ପ୍ରେମର ଏଇ ମୂଲ ଦେଇଗଲ

              ହିନିମାନ କରି ଦେଇ।

ପାହାନ୍ତିଆ ତାରା ହସୁଥିଲା ଦେଖି

              ହସୁଥିଲା ଏଇ ଜହ୍ନ

ସେଇ ମାନେ ପରା ସାକ୍ଷୀ ସାଜିଥିଲେ

            ଆମେ ଦେଇଥିଲେ ମନ।

ନିଦାଘ ଯନ୍ତ୍ରଣା ସହି ହୁଏ ସେବେ

             ବହିଲେ ଦକ୍ଷିଣା ବାଆ

ଛାତି ମୋ ପଥର ହୋଇ ଯାଇଅଛି

              ଲୁହ ଆସେ ନାହିଁ କିଆଁ

 କେଡେ ମୁଁ ପାଗେଳୀ ଜାଣି ପାରୁ ନାହିଁ

             ଫେରିବନି ତୁମେ ଆଉ

ଏରୁଣ୍ଡି ବନ୍ଧରେ ତୁମ ଅପେକ୍ଷାରେ

             ସହେ ମୁଁ ବିରହ ଦାଉ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract