STORYMIRROR

Balaram Barik

Drama

3  

Balaram Barik

Drama

ନଟିଆ ଭାଇର ଚା ଦୋକାନ

ନଟିଆ ଭାଇର ଚା ଦୋକାନ

1 min
256


ଗାଁ ମୁଣ୍ଡ ଆମ୍ବ ଗଛମୂଳେ ନୁଆଁଣିଆ ଚାଳଘର।

ସଜାଇ ରଖିଛି ରସ କେଟିଲି,କାଚ ଗିଲାସକୁ ତାର।


ଗୋଲ କୋଇଲାକୁ ଦରପୋଡା କାଠ କୁହୁଳି କୁହୁଳି ଜଳେ।

ଭିଡ଼ ଲାଗିଥାଏ ସେଇଠି ଗାଁର ସକାଳେ ଓ ସଞ୍ଜବେଳେ।


ହାଣ୍ଡିଶାଳରୁ ପ୍ରେକ୍ଷାଳୟ ଯାଏଁ ସବୁ ଖବର ହୁଏ ଚର୍ଚ୍ଚା।

ବିଧାନସଭାରୁ ଲୋକସଭା, ହୁଏ ଯେତେ ସବୁ ବଚଶା।


ଖବର କାଗଜ ହାତରେ ଧରି ନରି ଭାଇ ଷୋଡ଼କେ ମାରେ।

ଦେଶ ବିଦେଶର ଖବର ଟଵର ତା ଶ୍ରୀମୁଖରୁ ସଦା ଝରେ।


କୁଣିଆ ଆସିଲେ ଘରକୁ କାହାର ନଟିଆର ଚା ଲୋଡ଼ା।

କି ଝଡ ତୋଫାନ,ହାଡ଼ ଭଙ୍ଗା ଶୀତ ସଦା ଖୋଲା ତାର ଧଡ଼ା।


ଆଧୁନିକ ଏ ଦୁନିଆରେ ଏବେ ସବୁ ବ୍ରାଣ୍ଡ ଉପରେ କଥା।

ନଟିଆର ଚା ମାରିଦେଲେ ଢୋକେ ଦୂର ହୁଏ ମୁଣ୍ଡ ବ୍ୟାଥା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama