Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Drama

3  

Bijay Prusty

Drama

ହସ, ଲୁହ ଓ ପ୍ରେମ

ହସ, ଲୁହ ଓ ପ୍ରେମ

1 min
178



ଭଲ ପାଇଥିଲି ଭଲ ମୁଁ ପାଉଛି 

ଭଲ ପାଉଥିବି ପ୍ରିୟା

ଭିଜୁଥାଉ ପଛେ ଆଖି ଦୁଇ ମୋର

ଜଳୁଥାଉ ମୋର ହିଆ I

ତୁମରି ପ୍ରେମରେ ବନ୍ଧା ମୋ ଜୀବନ

ମୁକୁଳିବା ଲୋଡାନାହିଁ

ଜଳିଯାଉ ପଛେ ହୃଦୟଟି ମୋର

ଆଖି ଲୁହ ହେଉ ନଈ I

ଯେତେପାର ସଖୀ ଆଘାତ ଦିଅ ଗୋ

ହସି ହସି ଯିବି ସହି

ସବୁ ଯନ୍ତ୍ରଣାକୁ ଆପଣେଇ ନେବି

ଆଖି ଲୁହ ପିଇ ପିଇ I

ତୁମେ ପରା ମୋର ଆଶାର ଆକାଶ

ହୃଦୟର ଦୀପଶିଖା

ତୁମେ ପରା ମୋର ମନ ମନ୍ଦିରର

ଅଭୁଲା ପ୍ରୀତିର ରେଖା I

ତୁମରି ପାଇଁକି କବିତାରେ ମୋର

ଥିଲାହସ ଏବେ ଲୁହ

କାହିଁକି ଝରୁଛି କହଦିଅ ସଖୀ

କହିଦିଅ କହିଦିଅ I

       


Rate this content
Log in

Similar oriya poem from Drama