STORYMIRROR

Prabhati Mahapatra

Drama Romance Others

3  

Prabhati Mahapatra

Drama Romance Others

ମନର ଦେବତା

ମନର ଦେବତା

1 min
201


କେତେ ଯେ ଗଲେ ତ

ଏଇ ବାଟ ଦେଇ

ସେ ଯିବାରେ ଧ୍ୟାନ ନାହିଁ

ତମେ ଯେବେ ଆସ

ଏଇ ପଥ ଦେଇ

ଏତେ ଚାହେଁ କାହିଁ ପାଇଁ .....


କେତେ ତ ଡାକିଲେ

ପଥିକ ହେବାକୁ

ମନ ତ ଟାଣିଲା ନାହିଁ

ତମେ ଯେତେବେଳେ

ପଦିଏ ଡାକିଲ

ଚାଲି ଗଲି ସାଙ୍ଗ ହୋଇ

ସକଳେ କୁହନ୍ତି

ମୁଁ ଚନ୍ଦ୍ର ବଦନୀ

ସେ ଭାଷାରେ ମଧୁ ନାହିଁ

ତମେ ଯେତେବେଳେ

ଚାନ୍ଦିନୀ ଡାକିଲ

ଲାଜ ଲାଗେ କାହିଁ ପାଇଁ......


ବେଳାଭୂମି ଉର୍ମି

ଚାଲି ଯାଏ ଚୁମି

ନଥିଲା ତ ଅଭିମାନ

ତୁମକୁ ଯେବେ ମୁଁ

ସାଇତିଲି ହୃଦେ

ମନରେ ଫୁଟିଲା ଜହ୍ନ

କେତେ ଯେ ଜୋଛନା

ଦେହରେ ବୋଳିଛି

ସେ ଲେପନେ ଶାନ୍ତି ନାହିଁ

ତମ ପ୍ରୀତି ଛୁଆଁ

ଯେବେଠୁ ବୋଳିଲି

ଏତେ ତୃପ୍ତି କାହିଁ ପାଇଁ ......


ସକଳେ ଥିଲେ ତ

ମୋ ଚାରି ପାଖରେ

ଲାଗୁ ଥିଲେ ମୋତେ ପର

ଅଗ୍ନି ସାକ୍ଷୀ ରଖି

ଯେବେ ହାତ ଦେଲ

ଲାଗ ତମେ ଆପଣାର

ଫଗୁଣ ଆସିଲା

ରଙ୍ଗ ବୋଳି ଦେଲା

ସେ ରଙ୍ଗର ମୂଲ୍ୟ ନାହିଁ

ତମେ ଯେତେବେଳେ

ମୋ ସୁନ୍ଥା ରଙ୍ଗିଲ

ସତେ ପ୍ରେମେ ଗଲି ବୋହି ......


କେତେ ତ ସକାଳ 

ମୋ ଭାଗ୍ୟେ ଆସିଛି

ଭରି ନାହିଁ ଅନୁରାଗ

ତମେ ଯେବେ କଲ

ନୟନରେ ଘର

ଲିଭିଲା ସବୁଜ ବିରାଗ

ଯେତେ ଯିଏ କରୁ

ଆମ ପ୍ରେମ ଚର୍ଚ୍ଚା

ତହିଁରେ ଆନନ୍ଦ ନାହିଁ

ତୁମେ ଯେବେ ମୋର

କାନି ଟାଣି ନିଅ

ଏତେ ସୁଖ କାହିଁ ପାଇଁ .......



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama