Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabhati Mahapatra

Drama Action Others

3  

Prabhati Mahapatra

Drama Action Others

ଉପହାସର ପରିଣାମ

ଉପହାସର ପରିଣାମ

1 min
164


ଶ୍ରୀକୃଷ୍ଣଙ୍କ ପାଦ ପଦ୍ମେ ସଦା ରଖ ମତି

ପ୍ରକାଶିତ ହେବ ନିଶ୍ଚେଁ ସଉଭାଗ୍ୟ ଜ୍ୟୋତି ।

ବ୍ୟଙ୍ଗ ଉପହାସ କଥା ନକର କେବେହେଁ

ଆନନ୍ଦ ଉଲ୍ଲାସେ ରୁହ ସଭିଙ୍କ ହୃଦୟେ ।

ପୁରାଣ କଥାରୁ ଯାହା କରିଛି ପଠନ

ଷ୍ଟୋରି ମିରରେ ତାହା କରୁଛି ବର୍ଣ୍ଣନ ।

ଶ୍ରୀକୃଷ୍ଣଙ୍କ ପୁତ୍ର ଶ୍ୟାମ୍ବ ଅତ୍ୟନ୍ତ ସୁନ୍ଦର

ରୂପ ଗୁଣେ ତିନି ପୁରେ ନାହିଁ ପଟାନ୍ତର ।

ଚଞ୍ଚଳ ମତିରେ ଶ୍ୟାମ୍ବ ନାରଦଙ୍କ ସଙ୍ଗେ

ବ୍ୟଙ୍ଗ ଉପହାସେ ଖେଳି ଥାନ୍ତି ନାନା ରଙ୍ଗେ ।

ଅତି ବ୍ୟସ୍ତ ବିବ୍ରତରେ ଚିନ୍ତିଲେ ନାରଦ 

ଶ୍ୟାମ୍ବ ମନେ ଭରି ଦେବି ବିଷାଦର ଖେଦ ।

ଛଳ ବଳେ ଶ୍ୟାମ୍ବଙ୍କୁ ଯେ ବୋଲନ୍ତି ବଚନ

ଗୋପି ସଙ୍ଗେ ଜଳ କ୍ରୀଡା କର ତୁ ବହନ ।

ଅନ୍ୟ ଦିଗେ ଶ୍ରୀକୃଷ୍ଣଙ୍କ କର୍ଣ୍ଣେ ଦେଲେ ମନ୍ତ୍ର

ତୁମ ଶ୍ୟାମ୍ବ ବୁଝେ ନାହିଁ ସଂପର୍କରେ ମାତ ।

ଗୋପାଙ୍ଗନା ସଙ୍ଗେ କରେ ରସେ ଜଳ କ୍ରୀଡା

ଶୁଣି ଗୋବିନ୍ଦଙ୍କ ମୁଖେ କ୍ରୋଧେ କ୍ଲେଶ ବ୍ରୀଡା ।

ତୁରନ୍ତ ନବୁଝି ଶ୍ୟାପ ଦେଲେ ସେ ପୁତ୍ରକୁ 

ସୁନ୍ଦରତା ଲିଭି ଯାଉ ଘେନ ତୁ କୁଷ୍ଠକୁ ।

ପିତୃ ଅଭିଶାପ ବ୍ୟାଧି ସଙ୍ଗେ ବାହୁଡଇ

ମାତା ଦେଖି ଅଶ୍ରୁ ଜଳେ ଚିନ୍ତାରେ ଭାସଇ ।

ନାରଦ ଚକ୍ରାନ୍ତ ଶୁଣି ବୋଲନ୍ତି ଯେ ରାଣୀ

କେମନ୍ତେ ଆରୋଗ୍ୟ ହେବ ଆମ୍ଭ ନେତ୍ର ମଣି ।

ଶ୍ରୀହରିଙ୍କ ସମ୍ମୁଖରେ ବ୍ରହ୍ମାଙ୍କ ନନ୍ଦନ

ବୋଲନ୍ତି ରଖିବ ଏକ ଆରୋଗ୍ୟ ବଚନ ।

ଅର୍କ କ୍ଷତ୍ରେ ତୁମ୍ଭ ପୁତ୍ର କଲେ ସୂର୍ଯ୍ୟ ପୂଜା

ବାହୁଡିବ ପୂର୍ବ ରୂପ ଲିଭି ଯିବ ସଜା ।

ବିଦାୟ ଘେନିଣ ଶ୍ୟାମ୍ବ ଚଳନ୍ତି ଉତ୍କଳ

ଭକ୍ତି ଚିତ୍ତେ ବସି ଗଲେ ଚନ୍ଦ୍ରଭାଗା କୂଳ ।

ପୂଜାରେ ସନ୍ତୁଷ୍ଟ ହୋଇ ଗଗନୁ ଭାସ୍କର

ଆନନ୍ଦେ ଆଶୀଷ ଦେଲେ ବ୍ୟାଧି ହୁଏ ଦୂର ।

ଦିବ୍ୟ କମନୀୟ ରୂପେ ବାହୁଡିଲେ ଶ୍ୟାମ୍ବ

ସର୍ବଦା ରଖିଲେ ଅନ୍ୟ ପ୍ରତି ସ୍ନେହ ଭାବ ।


#SM Boss


Rate this content
Log in

Similar oriya poem from Drama