STORYMIRROR

Trushna Das

Abstract Drama Romance

3  

Trushna Das

Abstract Drama Romance

ଆଷାଢ଼ର ପହିଲି ବରଷା

ଆଷାଢ଼ର ପହିଲି ବରଷା

1 min
249

ଆଷାଢର ପହିଲି ବରଷା

ସାଜି କେବେ ତୁମେ ଆସିଲ ମୁଁ ଜାଣେନା

ତୁମ ପ୍ରେମର ବର୍ଷା ଛିଟା 

ଯେବେ ମୋତେ ସ୍ପର୍ଶ କଲା

ମୋ ମନେ ପ୍ରେମର ରାଗିଣୀ ପୁଣି ସଙ୍ଗୀତ ଗାନ କଲା। 


ସେହି ଆଷାଢ଼ର ପହିଲି ବର୍ଷାରେ 

ତମର ରୁଣୁଝୁଣୁ ପ୍ରେମ ସଙ୍ଗୀତ ସ୍ୱରେ

ମୋ ମନ ମୟୂରୀ ଆଜି ନାଚି ଉଠିଲାରେ

ଅତୀତରେ ଭାଙ୍ଗି ଯାଇଥିବା ସେ ସପନ ସବୁ ପୁନଃଜୀବିତ ହୋଇ ଉଠିଲା ଯେ।। 


ସେହି ଆଷାଢ଼ର ପହଲି ବର୍ଷା

ପୁଣି ମୋ ଶୁଷ୍କ ଜୀବନେ ଭରିଦେଲା

ଆଉ ଥରେ ପ୍ରୀତିର ପ୍ରେମ ପରିଭାଷା

ପୁଣି ମୋ ମୁଖରେ ହସ ମୁଖରିତ ହୋଇ ଉଠିଲା।। 


ସେହି ଆଷାଢ଼ର ପହିଲି ବର୍ଷା ଆଜି

ଭିଜେଇ ଦେଲା ମୋ ତନୁ ମନ ସବୁ କିଛି 

ଯାହା ମୋତେ ଲାଗୁଥିଲା ମରୀଚିକା ପରି

ଆଜି ତାହା ସତ ହେଲା ମୋ ଜୀବନେ ତୁମ ପାଇଁ।। 


ସେହି ଆଷାଢ଼ର ପହିଲି ବରଷାରେ ଆଜି 

ମୁଁ ଦେଲି ତୁମକୁ ପ୍ରତିଶ୍ରୁତି 

ଭାଙ୍ଗିବି ନାହିଁ ତୁମର ଆଶା ଭରସା କେବେ ବି

ହୋଇ ରହିବି ତୁମର ସବୁ ଦିନ ପାଇଁ ମୁହିଁ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract