STORYMIRROR

Prabhati Mahapatra

Drama Inspirational Others

3  

Prabhati Mahapatra

Drama Inspirational Others

ମୋ ଜୀବନ ପଛେ ନର୍କେ ପଡ଼ି ଥାଉ

ମୋ ଜୀବନ ପଛେ ନର୍କେ ପଡ଼ି ଥାଉ

1 min
242

କରୁଣା ସାଗର ଆହେ ବଂଶୀଧର

ଜଗତ କଲ୍ୟାଣ ହେଉ

ସକଳ ପରାଣେ ଭରି ଦିଅ ଖୁସି

ମୋ ଜୀବନ ପଛେ ଯାଉ ।

ଦୁଃଖ ଦରିଆରେ ଭାସୁଛି ସଂସାର

କେମିତି ନୀରବେ ରୁହ

ଜନ ଗଣ ମଧ୍ୟେ ଅପ୍ରମିତ କ୍ଲେଶ

ତୁମେ କି ବୁଝନା କୁହ ।

ଯଦି ମୋର ପ୍ରାଣ ହୁଏ ପ୍ରୟୋଜନ

ସଂସାର ମଙ୍ଗଳ ପାଇଁ

ଆନନ୍ଦେ ଉତ୍ସର୍ଗ କରିବି ହେ ପ୍ରଭୁ

ଏଥିରେ ସନ୍ଦେହ ନାହିଁ ।

ତୁମ ତ ଈଶ୍ଵର ସକଳ ଆଧାର

ସର୍ବ ଘଟେ ପରିବ୍ୟାପ୍ତ

ପାପି ପାପ ଧୋଇ ସତ୍ୟ ପଥେ ନେଇ

ମର୍ତ୍ତ୍ୟରୁ କରିବ ମୁକ୍ତ ।

ମୋ ନୟନ ଶକ୍ତି ହେଉ ହେ ବିଲୁପ୍ତି

ଦୃଷ୍ଟିହୀନେ ଭର ଜ୍ୟୋତି

ବିଶ୍ଵ ଦରବାରେ ଅକ୍ଷୁର୍ଣ୍ଣ ରହୁ ହେ

ତୁମର ପ୍ରଭୁତ୍ବ କୀର୍ତ୍ତି 

ପଙ୍ଗୁ ସିନା ଲଂଘେ ଗିରି ପରବତ

ପାଇ ପ୍ରଭୁ କୃପା ଦୟା 

ମୋ ଅନ୍ତର ବୋଲେ ମୋ ଚିନ୍ତା ନକରି

ଜଗତକୁ ଦିଅ ଛାୟା ।

ଲୋଡା ନାହିଁ ମୋର ଐଶ୍ଵର୍ଯ୍ୟ ସଂପତ୍ତି

ନିରାଶ୍ରୟେ ହୁଅ ସାଥୀ

ଅମା ଅନ୍ଧକାର ଲିଭି ଯାଇ ଆସୁ

ଶୀତଳ ପୂର୍ଣ୍ଣିମା ତିଥି ।

ସାଧୁ ଜ୍ଞାନୀ ମେଳେ ଜୀବନ ମୋ ଚଳେ

ଏତିକି କାମନା ମୋର

ସନ୍ଥ କବି ଭୀମ ଭୋଇ ପାଦେ ଲୟ

ସର୍ବଦା ରହୁ ମୋ ସ୍ଥିର ।

ନାହିଁ ଜ୍ଞାନ ବୁଦ୍ଧି ମାଗେ ତୁମେ ସିଦ୍ଧି

କରିବାକୁ ପ୍ରଚାରିତ

ଯେଉଁ ଥିରେ ଥିବ ସତ୍ୟ ନ୍ୟାୟ ଧର୍ମ

ଜଗ ନହେଉ ଅଥର୍ବ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama