ମୋ ଜୀବନ ପଛେ ନର୍କେ ପଡ଼ି ଥାଉ
ମୋ ଜୀବନ ପଛେ ନର୍କେ ପଡ଼ି ଥାଉ


କରୁଣା ସାଗର ଆହେ ବଂଶୀଧର
ଜଗତ କଲ୍ୟାଣ ହେଉ
ସକଳ ପରାଣେ ଭରି ଦିଅ ଖୁସି
ମୋ ଜୀବନ ପଛେ ଯାଉ ।
ଦୁଃଖ ଦରିଆରେ ଭାସୁଛି ସଂସାର
କେମିତି ନୀରବେ ରୁହ
ଜନ ଗଣ ମଧ୍ୟେ ଅପ୍ରମିତ କ୍ଲେଶ
ତୁମେ କି ବୁଝନା କୁହ ।
ଯଦି ମୋର ପ୍ରାଣ ହୁଏ ପ୍ରୟୋଜନ
ସଂସାର ମଙ୍ଗଳ ପାଇଁ
ଆନନ୍ଦେ ଉତ୍ସର୍ଗ କରିବି ହେ ପ୍ରଭୁ
ଏଥିରେ ସନ୍ଦେହ ନାହିଁ ।
ତୁମ ତ ଈଶ୍ଵର ସକଳ ଆଧାର
ସର୍ବ ଘଟେ ପରିବ୍ୟାପ୍ତ
ପାପି ପାପ ଧୋଇ ସତ୍ୟ ପଥେ ନେଇ
ମର୍ତ୍ତ୍ୟରୁ କରିବ ମୁକ୍ତ ।
ମୋ ନୟନ ଶକ୍ତି ହେଉ ହେ ବିଲୁପ୍ତି
ଦୃଷ୍ଟିହୀନେ ଭର ଜ୍ୟୋତି
ବିଶ୍ଵ ଦରବାରେ ଅକ୍ଷୁର୍ଣ୍ଣ ରହ
ୁ ହେ
ତୁମର ପ୍ରଭୁତ୍ବ କୀର୍ତ୍ତି
ପଙ୍ଗୁ ସିନା ଲଂଘେ ଗିରି ପରବତ
ପାଇ ପ୍ରଭୁ କୃପା ଦୟା
ମୋ ଅନ୍ତର ବୋଲେ ମୋ ଚିନ୍ତା ନକରି
ଜଗତକୁ ଦିଅ ଛାୟା ।
ଲୋଡା ନାହିଁ ମୋର ଐଶ୍ଵର୍ଯ୍ୟ ସଂପତ୍ତି
ନିରାଶ୍ରୟେ ହୁଅ ସାଥୀ
ଅମା ଅନ୍ଧକାର ଲିଭି ଯାଇ ଆସୁ
ଶୀତଳ ପୂର୍ଣ୍ଣିମା ତିଥି ।
ସାଧୁ ଜ୍ଞାନୀ ମେଳେ ଜୀବନ ମୋ ଚଳେ
ଏତିକି କାମନା ମୋର
ସନ୍ଥ କବି ଭୀମ ଭୋଇ ପାଦେ ଲୟ
ସର୍ବଦା ରହୁ ମୋ ସ୍ଥିର ।
ନାହିଁ ଜ୍ଞାନ ବୁଦ୍ଧି ମାଗେ ତୁମେ ସିଦ୍ଧି
କରିବାକୁ ପ୍ରଚାରିତ
ଯେଉଁ ଥିରେ ଥିବ ସତ୍ୟ ନ୍ୟାୟ ଧର୍ମ
ଜଗ ନହେଉ ଅଥର୍ବ ।