STORYMIRROR

Prakash Majhi

Drama Romance Fantasy

3  

Prakash Majhi

Drama Romance Fantasy

ମୋ ଭିତରେ ତୁମେ

ମୋ ଭିତରେ ତୁମେ

1 min
215

ଘନ ଘନ ଶବ୍ଦ

ମୋ ହୃଦୟର ଚାରିକାନ୍ଥ ଛୁଇଁ

ହେଲେଣି ତୃପ୍ତ ମନୋରମ

ଶ୍ରୀହରିତ ଶୀତଭାନୁ ମୁଁ

ମୁକ୍ତ ଆକାଶେ ପ୍ରେମଚିତ୍ର ଆଙ୍କୁଥାଏ

ଭେଟିବାକୁ ନବିନା ଚନ୍ଦ୍ରଭାନୁକୁ।


ସ୍ପନ୍ଦିତ ସ୍ପୃହା

ମୋ ସ୍ୱପ୍ନପଥେ ଚାଲେ

ସୁପ୍ତ ଦେହର ଡାଳରେ

କଦମ୍ବ ଫୁଲର ରୋମାଞ୍ଚ କେବଳ

ଯୌବନର ପୁଣ୍ୟ ତଟନୀରେ

ତୃଷ୍ଣା ଛଳଛଳ

ବାସନାର ଭଉଁରୀରେ

ବୁଡୁଥାଅ ତୁମେ ଥରକୁ ଥର।


ଗୋଲାପୀ ଓଠର

ଗପ ଶୁଣୁ ଶୁଣୁ ରାତି ପାହେ

ସକାଳ ଶୋଭା ସୁରଭି ତୁମ

ଚହଳିଆ ଚଉଦିଗେ ମୋ

ସକାଳ ଗାଇଲା ଆମ

ରଙ୍ଗୀନ ରାତ୍ରୀର ରାସ,

ସମୟର ସାଥେ

ମୁଁ ଉନ୍ନତ ପ୍ରୀତିର ପର୍ବ

ମୋ ଭିତରେ ତୁମେ

ଶାନ୍ତ ଶୀତଳ

ବାସ୍ତବ ପ୍ରେମର ପୁଣ୍ୟ ଭାବାକ୍ଷର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama