STORYMIRROR

Bijaya kumar panda

Drama Romance Tragedy

3  

Bijaya kumar panda

Drama Romance Tragedy

ପ୍ରିୟତମା

ପ୍ରିୟତମା

1 min
219

ପ୍ରିୟା ରେ କାହିଁ ଛାଡି ଗଲୁ ଏମିତି ମୋତେ

କି ପାପ କରିଲି କଷଣ ଭୁଗିଲି ପଡ଼ିଲି ମୋହ ଫାଶରେ।

ଏକା ଏକା ଥିଲି ଅଜଣା ରାଇଜେ ଦେଖା ହେଲ ଯେବେ ତୁମେ,

ପରୀ ରାଇଜର ସପନ ଦେଖାଇ ଛାଡ଼ି ଦେଲ ଅଧାବାଟେ।

ଆଙ୍କୁଥିଲି ନିତି ତୁମରି ସେ ଛବି ପୁରି ଉଠୁଥିଲା ମୋର ହୃଦୟ,

ଯଶୋଦା ର ସ୍ନେହ ରାଧିକା ର ପ୍ରେମ ଦେଉଥିଲେ ନିତି କେତେ।

ନାଲି ଟୁକୁ ଟୁକୁ ସରୁ ସରୁ ଓଠେ ଭରି ରହିଥିଲା ଅମୃତ ସତେ,

କୁନି କୁନି ପାଦେ ଝୁମୁ ଝୁମ୍ ଚାଲି କଥା କୁହେ ଆଖି ରାଗିଣୀ ସ୍ବରେ।

ପବିତ୍ର ବନ୍ଧନ ଏହି ପ୍ରେମ ଅଟେ ବିଷ ଭରିଦେଲା କିଏ ଶରୀରେ,

ଭୁଲ୍ ବୁଝାମଣା ବାଟବଣା କରେ ଅକାରଣେ ଦୁଃଖ ଭୋଗିଲ କେତେ।

କାହିଁ ପାଇଁ ପ୍ରଭୁ ହିନିମାନ କଲେ ଅଛପା ନାହିଁରେ ଏହି ଜଗତେ,

ଉପରେ ହସେ ମୁଁ ଅନ୍ତରେ କାନ୍ଦେ ଏହି ପରିଚୟ ମୋତେ ଦେଇଛ ତୁମେ।

ସଂକିର୍ଣ୍ଣତା ପଥ ଲମ୍ବିଛି ସଂସାରେ ବ୍ୟାପକତା ବହୁ ଦୂରେ

ଥଟ୍ଟା ପରିହାସ ଗରୀବର ଘରେ ପାଞ୍ଝତୁଣ୍ଡେ ଘାଣ୍ଟି ହୁଏ।

ରାଧିକା ମାଇଁଙ୍କ ପଡ଼ିଲ ପ୍ରେମରେ ନିନ୍ଦା ଅପବାଦ ଗୋପୀଙ୍କ ସାଥେ,

ମିଛ ପ୍ରେମ ଏଠି ଜିଣି ଯାଇଥାଏ ସତ ପ୍ରେମ ଖାଲି ଲୁହ ଗଡ଼ାଏ,

ତଥାପି ଗୁହାରି କରୁଛି ପ୍ରଭୁ ହେ ରଖିଥାଅ ତାଙ୍କୁ ବହୁତ ସୁଖେ,

ଅଢେ଼ଇ ଦିନରେ କୋଣିଆ ସାଜିଛି ତୋ କୃପା ହିଁ ଲୋଡା ମୋତେ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama