ସମୟର ବେଳାତଟେ
ସମୟର ବେଳାତଟେ
ସମୟର ବେଳାତଟେ ମୁଗ୍ଧ ଦର୍ଶକଟେ ମୁହିଁ
ବୟସର ତରଙ୍ଗ ସ୍ପର୍ଶରୁ ମୁକ୍ତି ଚାହେଁ ନାହିଁ
ଅନାୟାସେ ଆସିଫେରେ ନାନା ଅନୁଭୂତି ଦେଇ
ହୃଦୟରେ ବସାବାନ୍ଧେ ମିଠା ମିଠା ସ୍ମୃତି ହୋଇ ।
ବାଲ୍ୟକାଳ ସୁମଧୁର ଆନନ୍ଦ ଫେନୀଳ ପୂର୍ଣ୍ଣ
ସରଳ ନିଷ୍ପାପ ପ୍ରାଣ ଝୁମିଉଠେ ରାତିଦିନ
ଅସୁମାରି ସ୍ନେହଶ୍ରଦ୍ଧା ସିକ୍ତ କରେ ତନୁମନ
ଜୀବନର ବାଲିଘର ଶାନ୍ତିପ୍ରୀତି ସ୍ୱାର୍ଥଶୂନ୍ୟ ।
ମନ ଶୁଷ୍କ ବାଲିମୟ ଉତ୍ତୁଙ୍ଗ ଯୌବନ
ଆଶା ଆକାଂକ୍ଷା ଭରଇ ହୃଦେ ଆଲୋଡନ
ଛୁଇଁଯାଏ ଆଖିଧାରେ ନୂଆ ସ୍ୱପ୍ନ ସମୀରଣ
ନିଃଶବ୍ଦରେ ଦୁଃଖଭାବ ଜଳେ ହଜେ ଏ ଜୀବନ ।
ମୃତ୍ୟୁ କୋଳେ ବୟସର ଭଟ୍ଟା ହୁଏ ଲୀନ
ସମୟର ବେଳାତଟ ଖୋଜେ ନୂଆ ଉର୍ମି ଚିହ୍ନ ।
