STORYMIRROR

Ajit Kumar Raut

Drama Inspirational

4  

Ajit Kumar Raut

Drama Inspirational

ବଡ଼ଦେଉଳ

ବଡ଼ଦେଉଳ

1 min
183


ବଡ଼ଦେଉଳର ବଡ଼ ଠାକୁରର

ମହିମା ଉଡୁଛି ବିଶ୍ବେ,

ବଡ଼ଦାଣ୍ଡ ତହିଁ ଶୋଭା ପାଉ ଅଛି

ଅତି ହିଁ ଅପୂର୍ବ ଦିଶେ।୧।


ସ୍ବର୍ଗଦ୍ବାର ତହିଁ ଜଡ଼ିତ ରହିଛି

ଭାଗ୍ୟବଳେ ତାହା ମିଳେ

କର୍ମବଳେ ସବୁ ଘଟଣା ଘଟଇ

ଧର୍ମ ବଳେ ପୁଣ୍ୟ ମିଳେ।୨।


ନୀରବ ହୋଇଣ ବସି ଛନ୍ତି ପ୍ରଭୁ

ଭାଇ ଭଉଣୀଙ୍କୁ ଧରି

କଥା କହୁ ଥିଲେ କଥା ନ କୁହନ୍ତି

ଅପୂର୍ବ ରୂପକୁ ଧରି।୩।


ମାଉସୀ ଘରଟି ଅଳ୍ପ ଦୂରେ ଅଛି

ବର୍ଷକୁ ଯାଆନ୍ତି ଥରେ,

ଭାଇ ଭଉଣୀଙ୍କ ସଙ୍ଗ ନ ଛାଡନ୍ତି

ରଥଯାତ୍ରା ହୁଏ ଥରେ।୪।


ବଡ଼ଦାଣ୍ଡେ ହୁଏ ଭକ୍ତଙ୍କ ସଙ୍ଗମ

ଭକ୍ତ ଟାଣୁଥାଏ ରଥ,

ଜଗନ୍ନାଥ ପ୍ରଭୁ ନାମ ଗୁଞ୍ଜୁ ଥାଏ 

ବଡ଼ଦାଣ୍ଡ ହୁଏ ପଥ।୫।


ନୁଣିସିନ୍ଧୁ ପୁଣି ଗର୍ଜ୍ଜନ କରୋଇ

ରାବ୍ ନ ଶୁଭେ ମନ୍ଦିରେ

ଦିନ ରାତି ନାହିଁ ବଡ଼ଦେଉଳରେ

ଭକ୍ତଙ୍କ ଭକ୍ତି ମନ୍ଦିରେ।୬।


ଜଗତ ଠାକୁର ପ୍ରଭୁ ଜଗନ୍ନାଥ

ପଟାନ୍ତର ନାହିଁ କାରେ

ନବକଳେବର ପ୍ରଭୁଙ୍କ ହୁଅଇ

ଦୀର୍ଘ ବାର ବର୍ଷ ପରେ।୭।


ପବିତ୍ର ଭୂମି ଏ ଧାର୍ମିକ ଭୂମି ଏ

ନିରାକାର ଭୂମି ଏହି,

ସର୍ବୋଗୁଣେ ଏହି ସମ୍ପନ୍ନ ହୋଇଛି

ଜଗନ୍ନାଥ ଭୂମି ଏହି।୮।


ବିଶ୍ବ ସାରା ଆଜି ଭଜୁଅଛି ତାଙ୍କୁ

ପବିତ୍ର ଉତ୍କଳ ଭୂମି,

ବର୍ଣ୍ଣିବାର ଶକ୍ତି ନାହିହିଁ କାହାରେ

ଏହିହିଁ ଜଗତ ସ୍ବାମୀ।୯।


ବଡ଼ଦେଉଳର ବଡ଼ଠାକୁରର

ମହିମା ଉଡୁଛି ବିଶ୍ବେ,

ବଡ଼ଦାଣ୍ଡ ତହିଁ ଶୋଭା ପାଉ ଅଛି

ଅତିହିଁ ଅପୂର୍ବ ଦିଶେ।୧୦।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama