STORYMIRROR

Lopamudra Parida

Drama Inspirational

4  

Lopamudra Parida

Drama Inspirational

ଖରା

ଖରା

1 min
205


ସିନେମାର ଫର୍ଦ୍ଦ ପରି

କିସ୍ତି କିସ୍ତିରେ ଜୀବନ 

ଏଇ କଣିକାଏ ରେଣୁରୁ 

ଜଳୁଥିବା ଜୁଇ ଯାଏ ..... 

ସମୟର ସୀମିତ ଅବଧିରେ 

ଶେଷ ।


ଏଇ ତ ନିଦାଘ, ରୌଦ୍ର୍,ଗ୍ରୀଷ୍ମ ପରି

ଯାଚିଦେଇଥିବା କିଛିଟା ପରିଚୟ ମୋର

ନିରାଟିଆ ନିଛାଟିଆ, ମୁଣ୍ଡଫଟା ପରି

ବିଶେଷଣ ସହ ଯୁଗାନ୍ତ ଟପିଛି ।


କାଇଁ? କିଏ ଥରୁଟିଏ ପାଇଁ କହୁଛି କଣ ? ଯେ 

ସକଳ ଶକ୍ତି କୁ ଅଣ୍ଟିରେ ପୁରେଇ 

ମେଘ,ମଲ୍ହାର,ବସନ୍ତ, କାକର, କୁସୁମ 

ଫୁଟୁଥାନ୍ତି ଫି' ସାଲ କାହାର  

ଗୋଟେ ବଳିଦାନରେ ବୋଲି ?


ନା, ମୋତେ ଦେଖିଲେଇ ଖାଲି 

"ଶୋଷ, ଶୋଷ "ର ଚିତ୍କାର ।

ଘୁରୁଥିବା ଅହରହ ପରିଶ୍ରମ

" ଜଳଚକ୍ର " ମୋ ବିହୁନେ ଶୁଷ୍କ ,

କିଏ ବୁଝୁଛି କଣ ମୋ ଝାଳର ମୂଲ ?


ସବୁ ଅପବାଦ ଖାଲି 

"ଜାଳିଦେଲା " ," ଜାଳିଦେଲା "

ତେବେ ନୀଳାର୍ଣ୍ଣବ ଜଳଧି କୁ

ତିଆରିଲା କିଏ ବିନ୍ଦୁ ବିନ୍ଦୁ ଯୋଡି !


ଅବସୋସ କାହିଁକି ଯେ ! 

କିଏ କେବେ କଣ ମନେରଖେ 

ଅବଦାନ ସ୍ରଷ୍ଟା ର ? ଯେ

ତୁମେ ରଖନ୍ତ !


ଦୋଷ ମୁଣ୍ଡେଇ ଆଣ୍ଠୁ ଛିଣ୍ଡେଇଲେ 

ଯେତେ ଜୀବନ ଦେଲେ ବି

ଅଂଶୁମାନ ଚେତା ହଜାଇଦେବା

କ୍ଷମତା ବି ତ ରଖେ ।

ତେବେ ଢାଲ ପାଦପ କାଇଁ?


ଶେଷ ଯାଏ ଯାନ୍ତ୍ରିକ ବ୍ଯବସ୍ଥାରେ

ମାଟି ମୁଠେର ସାଥୀ

ପ୍ରକୃତିର ସ୍ବକୀୟ ତେଜ

ନୀରବତାର ଆଭା 

ସଜ ସକାଳର କଞ୍ଚାପଣରେ 

ମୁଁ ଭରୁଥାଏ ପ୍ରାଣ ....

 ... ବିଭୋର ହୋଇ ସବୁ ମୂହୁର୍ତ୍ତେ


ଲୋକେ କିନ୍ତୁ କୁହନ୍ତି ,

" ବାପ୍ ରେ ବଡ ଖରା, ଓଃ ।"



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama