Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabhati Mahapatra

Drama Tragedy Action

4  

Prabhati Mahapatra

Drama Tragedy Action

କେଉଁଠି ରହିଲା ହରି

କେଉଁଠି ରହିଲା ହରି

1 min
265



ତୁମେ ଭକତର   ଭକତ ତୁମର

ପୁରାଣେ ଶୁଣେ ତ ଭାବ 

କେମିତି ଭାବିବି ତୁମେ ଅଛ ବୋଲି

ପାଉ ନାହିଁ ଅନୁଭବ

ତୁମେ ପରା ନାଥ   ଅନାଥର ନାଥ

ପାଷାଣକୁ କଲ ନାରୀ

ଶୁଣି ଗଜ ଡାକ ପୋଛି ଦେଲ ଶୋକ

ସୁଦର୍ଶନ ଚକ୍ର ଧରି ।

କେଉଁ ପୂଣ୍ୟ ବଳେ ସାଲବେଗ ଚଳେ

ଛିଡ଼ା ହୁଏ ନନ୍ଦିଘୋଷ

ତୁମ ପାଦ ତଳେ   ଅତଳ ସାଗର

କାହିଁକି ଲିଭେନା ଶୋଷ ।

ଆହେ ଇଛାମୟ  ହୁଅ ହେ ଅଭୟ

ନେତ୍ରେ ଭାସେ ଅନ୍ଧକାର

କେଉଁ ପଥେ ଯିବି  କହି ଦିଅ ପ୍ରଭୁ

ମନରେ ନଭାବି ପର ।

ଶୁନ୍ୟ ହାତ ପାତି   କରୁଛି ମିନତି

ଭରି ଦିଅ ମୋର ମୁଣି

ଧନ ରତ୍ନ ପାଇ    ଗରବ ବଢିବ

ଖୋଲି ଦେବ ମୁକ୍ତି ଖଣି ।

ତୁମ ସ୍ଵର୍ଗ ଦ୍ଵାର    ହେବ ଅପବିତ୍ର

ପଡିଲେ ପାପିନୀ ପାଦ 

ମାଟି ପିଣ୍ଡ ମୋର ଶେଷ ସୃଷ୍ଟି ହେଉ

ଟାଣି ଦିଅ ପୁର୍ଣ୍ଣଛେଦ ।

ଚରଣେ ଶରଣ   ଦେବ ଜନାର୍ଦ୍ଦନ

ମହାବାହୁ ଛାୟା ଢାଙ୍କି

ଶେଷ ଇଛା ପାଇଁ ପ୍ରସାରେ ପଣତ

ନଦେବ ପ୍ରଭୁ ହେ ଫାଙ୍କି ।


Rate this content
Log in

Similar oriya poem from Drama