STORYMIRROR

sanatana nayak

Drama Classics Others

4  

sanatana nayak

Drama Classics Others

ଦେବ ମୁହୂର୍ତ୍ତ

ଦେବ ମୁହୂର୍ତ୍ତ

1 min
289


      ସ୍ବର୍ଗର ଜୀବନ ପ୍ରଭାତେ

      ପବିତ୍ର ପ୍ରସୂନ କଳିକା 

      ପ୍ରାଚୀ ବଧୂ ଲଲାଟ ସିନ୍ଦୂର

      ହୀରଣ୍ମୟ ଚାହାଣୀର ରେଖା 

      ହୀମସିକ୍ତ କୁଟ୍ମଳ ପାଖୁଡା

      ବିକଶିତ ହୁଏ ଧିରେ ଧିରେ । ୧ ।


      ପ୍ରକୃତ ମୋ' ଜୀବନ ଯୁବତୀ

      ଉଷା-ଭୂଷା ତାରାଫୁଲ ଘେନି

      ମୂକୁଳା କେଶବୀଥିମାଳେ

      ରବି-ରଶ୍ମି ସାତକୂମ୍ଭ ଟାହି

      ଉଲ୍ଲସିତ ପରାଣ ପ୍ରତିମା

      ଆଲିଙ୍ଗନ କରେ ପ୍ରେମ ଭୋଳେ । ୨ ।


      ବାରିଧିର ଉତ୍ତାଳ ତରଙ୍ଗେ

      ତ୍ରିପୁଣ୍ଡକ ତିଳକର କାନ୍ତି 

      ପ୍ରାଣବନ୍ତ ଭାବ ପ୍ରବଣରେ

      ଦୋଳାୟିତ ଚିତ୍ରକଳ୍ପ ଲେଖା

      ଉନ୍ମାଦନା ଅଭିପ୍ଷା ରଚଇ

      କୁଜ୍ଝଟିକା ଶୁଭ୍ର କାଗଜରେ । ୩ ।


      ସତ୍ଯ-ଜ୍ଯୋତି ଅମରତ୍ବ ମଧ୍ୟେ

      ଶାନ୍ତିର ମନ୍ଦାକିନୀ ବହିବ ନିଶ୍ଚୟ 

      ଦିବ୍ୟ ଆସ୍ପୃହା ତପସ୍ୟାର ଫଳେ

      ସହସ୍ର ସହସ୍ର ବର୍ଷ ବ୍ଯବଧାନେ

      ଏହି ଦେବ ମୁହୂର୍ତ୍ତ 

      ପ୍ରତିଷ୍ଠିତ ହୁଏ ଧରାପରେ 

      ହୋଇବ ସମ୍ଭବ ଏହା ମନୁଷ୍ୟ ହାତରେ । ୪ ।


      ଶତାବ୍ଦୀ ଶତାବ୍ଦୀ ବ୍ଯାପି 

      ନିଖିଳ ବିଶ୍ବର ସୀମାହୀନ କୋଳେ

      ଯେଉଁ କାର୍ଯ୍ଯ ହୋଇପାରେ ନାହିଁ 

      ହୁଏ ତାହା ସହଜ ସୁଗମ 

      ଏହି ସମୟରେ 

      ଉପନୀତ ଦିବ୍ୟ ଦୂରଦ୍ରଷ୍ଟା ମହା ମନିଷୀଏ

      ଶୁଭଙ୍କରୀ ଉଷାର ଆଗମନୀ 

      ବାର୍ତ୍ତା ରଚେ ସ୍ବାଗତିକା ସୁରେ । ୫ ।


       ସତ୍ୟ ଯୁଗ ପୟର ସ୍ଥାପନେ

       ମିଥ୍ଯା ଅନ୍ଧକାର ଘେରା କଳି ଚାଲି ଯାଏ

       ଅନ୍ତହୀନ ମେଘନାଦ ପାଚେରୀକୁ ଡେଇଁ 

       ସକଳ ପ୍ରବଞ୍ଚନା ପରିତ୍ୟାଗ କରି 

       ଦୃଢ ସଂକଳ୍ପ କରେ ନୂତନ ସୃଷ୍ଟିର

       ଆଗମନୀ ମନ୍ତ୍ରେ 

       ଭବିତବ୍ଯ ଦିବ୍ୟ ସୁନ୍ଦର ସମାଜ 

       ସମ୍ଭାବନା ବିବର୍ତ୍ତନ କ୍ଷେତ୍ରେ । ୬ ।


       ଘଟିବନି ଦୁର୍ଘଟଣା ରୌଦ୍ର ଭୂମିକମ୍ପ 

       ଝଡଝଞ୍ଜା ମହାବାତ୍ୟା କ୍ରାନ୍ତି କାରି ରୂପ 

       ସୁନାମୀ ହୋଇବ ଶୀତଳ 

       ଅଂଶୁଘାତ ପାଲଟିବ ଶ୍ରାବଣର ଧାରା

       ଆତ୍ମା ହତ୍ୟା ନ କରିବେ କୃଷକ

       ଏଠି ସେଠି ଚାରିଆଡେ ଶୁଭିବ

       ଦେବ ମୁହୂର୍ତ୍ତର ଶୁଭଙ୍କରୀ ବାର୍ତ୍ତା 

       ଏ ଶୁଭ ଲଗନେ 

       ସୁନୀଳ ପୁଲକ ଥିବ ଗଗନେ ପବନେ । ୭ ।

           


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama