STORYMIRROR

sanatana nayak

Romance

3  

sanatana nayak

Romance

ଭବାନୀ ଭାରତୀ

ଭବାନୀ ଭାରତୀ

1 min
188

ଭବାନୀ ଭାରତୀ ଜ୍ଯୋତି ଶକତି ମୁକ୍ତି ଧରିତ୍ରୀ 

ଦୁର୍ଗତି ନାଶିନୀ ଦୁର୍ଗା ମା' ମାହେଶ୍ଵରୀ

ମହାକାଳୀ ମହାଲକ୍ଷ୍ମୀ ମହାସରସ୍ଵତୀ ବାଗ୍ମୀ 

ଅଖଣ୍ଡ ଭୁବନମୟୀ ସଚରାଚରୀ

ବିଶାରଦା ରଣ ରଙ୍ଗିଣୀ

ଛନ୍ଦମୟୀ ଆଦ୍ୟାଶକ୍ତି ଭାବଦାୟିନୀ ।


ଶୈଳପୁତ୍ରୀ କାତ୍ୟାୟନୀ ବ୍ରହ୍ମଚାରିଣୀ ଭବାନୀ

ମା' କୁଷ୍ମାଣ୍ଡା ସ୍କନ୍ଦମାତା ଭବ ପାଳିନୀ 

ମହାଗୌରୀ କାଳରାତ୍ରୀ ଚନ୍ଦ୍ରଘଣ୍ଟା ସିଦ୍ଧିଦାତ୍ରୀ 

ଶ୍ଯାମଳ ପାର୍ବଣେ ନବ ଦୁର୍ଗା ଜନନୀ 

ଦିଅ ମା' ନବୀନ ଚେତନା 

ଭାରା ଉସ୍ବାସୀଣ ଧରା ହର ଯାତନା ।


ଦିବ୍ୟ ଶକ୍ତି ଦିବ୍ଯ ବ୍ଯକ୍ତି ଦିବ୍ଯ ଜ୍ଯୋତି ଦିବ୍ଯ କାନ୍ତି 

ସୁର ବୀର ସୁତା ସୁତ ଜନ୍ମ ଦାୟିନୀ 

ନଗ ଶିଖର ଶୋଭିନୀ ଜଳଧି ଜଳ ରୂପିଣୀ 

ରିପୁ କୁଳ ବିଧ୍ବଂସିନୀ ଆର୍ଯ୍ୟ ଜନନୀ 

ଶାଶ୍ବତୀ ସମୁଦ୍ର ବାସିନୀ 

କରାଳୀ ଭାବ ବିଳାସୀ ବିଶ୍ବ ବନ୍ଦିନୀ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance